
ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ପୁରୁଣା କଟକ ର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ସମନ୍ଵୟ ରେ ପ୍ରାୟ ୮୦ ଟି ବୃକ୍ଷ ରୋପଣ କରାଯାଇଛି। ଜାତୀୟ ସେବା ଯୋଜନା ର ଅଧିକାରୀ ରଞ୍ଜିତ କୁମାର ସାମଲ ଓ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ର ସଂଯୋଜକ ଡ଼ ପ୍ରମୋଦ କୁମାର ମହାପାତ୍ର ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କ୍ରମ ହୋଇଯାଇଛି।
ଏହି ଅବସର ରେ ସ୍ଥାନୀୟ ଅଞ୍ଚଳ ର ବୃକ୍ଷ ପ୍ରେମି ଝଡିଆ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ଉପରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପରିସରରେ ଆମ୍ବ, ଜାମୁ, ଅଁଳା, ବେଲ, ସୁନାରି, କଦମ୍ବ,ପଣସ,କାଜୁ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି।
ଏହି କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ ଲଳିତ ମେହେର , ସୁରେଶ୍ଵର ଯୋଶୀ, ପୀତବାସ ମେହେର ଅଧ୍ୟାପିକା ସୁଷମା ରାଣୀ ବହିଦାର, ସୁଭ୍ରା ମଲ୍ଲିକା ପ୍ରଧାନ, ପୁଜା ରାଣୀ ଦେଓ, ଦମୟନ୍ତୀ ନାୟକ ଙ୍କ ସମେତ ଅଭିମନ୍ୟୁ ସାହୁ, ସୁଧାଂଶୁ ପ୍ରଧାନ, ବିନୋଦ ଭୋକ୍ତା ଓ ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ ।