ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ପୌର ନିର୍ବାହୀ ଅଧିକାରୀ ମୋନରଞ୍ଜନ୍ ପଣ୍ଡା ଙ୍କ ଉପସ୍ଥିତି ରେ ସୋନପୁର ଥାନା ଅଧିକାରୀ ରମେଶ ମାହାଣା ଙ୍କ ସହଯୋଗ ରେ ରାସ୍ତା ଦୋକାନ ଗୃହ ବାହାରେ ଥିବା ସେଡ୍, ଉଠା ଦୋକାନୀ, ଦୋକାନ ନାମ ଫଳକ ସବୁ ନାଳ ଉପରେ ବେଆଇନ୍ ଅବରୋଧ କୁ ଆଜି ହଟା ଯାଇଛି l ଏହା ସହିତ କେତେକ ଦୋକାନୀ ଙ୍କୁ ସେହି ସ୍ଥାନ ରେ ୟୁଜର୍ ଫିଜ ବାବଦ ରେ ୧୦୦୦ ଟଙ୍କା ଲେଖାଏଁ ରସିଦ କାଟୁଥିବା ଦେଖିବାକୁ ମିଳିଥିଲା l

କେତେକ ଦୋକାନୀ ଙ୍କ ଟ୍ରେଡ ଲାଇସେନ୍ସ ନ ଥିବା, ପ୍ରତି ମାସ ୟୁଜର୍ ଫିଜ୍ ନ ଦେବା , ନାଳ ଉପରେ ସଫା କରିବା ଅସୁବିଧା ସ୍ଵତ୍ତେ ଦୋକାନୀ ମାଲିକ ଙ୍କ ଖାମଖିଆଲି ମୋନଭାବ ଯୋଗୁଁ ପୌର ପ୍ରଶାସନ ଏହି ପଦକ୍ଷେପ ନେଇଥିବା ପୌର ଅଧିକାରୀ କହିଛନ୍ତି l

ଦୋକାନ ମାଲିକ ୟୁଜର ଫିଜ ଦେଇଥିଲେ ମଧ୍ୟ ତାଙ୍କ ଦୋକାନ ଗୃହ ଠିକ୍ ରେ ମରାମତି ହୋଉ ନ ଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି l ଆଗକୁ ବର୍ଷା ଋତୁ ପୂର୍ବ ରୁ ନାଳ ସଫା କରିବା ସହ ରଥ ଯାତ୍ରା ରେ ରଥ ସହର ର ଏହି ମୁଖ୍ୟ ରାସ୍ତା ଦେଇ ଯାଉ ଥିବାରୁ ଏହି ରାସ୍ତା ପ୍ରଶସ୍ତିକରଣ ଦିଗରେ ପୌର ଅଧିକାରୀ ଧ୍ୟାନ ଦେଇ ଥିବାରୁ ବୁଦ୍ଧଜୀବୀ ମହଲ ରେ ପ୍ରଶଂସା କରିଛନ୍ତି।