ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ମାଦଳା ପାଞ୍ଜି ବର୍ଣ୍ଣିତ ପାତାଳି ଶ୍ରୀକ୍ଷେତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ନାଏକ ପଡ଼ା(ଗୁମ୍ଫା )ଠାରେ ଅବସ୍ଥିତ l ସମ୍ରାଟ ଭୋଜନ ଦେବ ଙ୍କ ରାଜତ୍ୱ ସମୟରେ ଯବନ ରାଜା ରକ୍ତବାହୁ ଶ୍ରୀକ୍ଷେତ୍ର ଆକ୍ରମଣ କରିଥିଲେ ଓ ଜଗତର ନାଥ ଜଗନ୍ନାଥ ଙ୍କ କୌଣସି କ୍ଷତି ଘଟିବl ଆଶଙ୍କା ନେଇ ଭଞ୍ଜ ବଂଶୀୟ ରାଜା ମାନେ ଯେଉଁ ମାନେ ବର୍ତମାନ ର ଗନ୍ଧରlଡ଼ି ଠାରେ ନୀଳ ମାଧବ ଙ୍କୁ ଉପାସନା କରୁଥିଲେ ସେମାନେ ମହାନଦୀ ଜଳ ପଥ ଦେଇ ଶ୍ରୀ ଜଗନ୍ନାଥ ଙ୍କୁ ଆଣି ଏହି ନାଏକ ପଡ଼ା ଗୁମ୍ଫା ରେ ପାତାଳି କରିଥିବାରୁ ଏହି କ୍ଷେତ୍ର କୁ ପାତାଳି ଶ୍ରୀକ୍ଷେତ୍ର ନାମରେ ନାମିତ କରାଯାଇଛି l

ଏହି ପାତାଳି ଶ୍ରୀକ୍ଷେତ୍ର ଅବହେଳିତ ହୋଇ ରହିଥିବା ବେଳେ କିଛି ସାଧୁ ସନ୍ଥ ଓ ଗ୍ରାମବାସୀ ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାଇ ପୂଜାର୍ଚନା କରି ଆସୁଥିଲେ l ଓ ବିଗତ 35ବର୍ଷ ଠାରୁ ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାଇ ରଥଯାତ୍ରା ର ପର ଦିନ ଏହି ସ୍ଥାନରେ ରଥଯାତ୍ରା ହୋଇ ଆସୁଛି l ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଓ ଭଗବାନ ଶ୍ରୀ ମହାପ୍ରଭୁ ଜଗନ୍ନାଥ ଙ୍କ ଅଲୌକିକ ଧାମ କୁ ଆଜି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଅଚାନକ ପହଂଚି ମଠ ପରିଦର୍ଶନ ସହିତ ରଥଯାତ୍ରା ଉପରେ ମଠ ପରିଚାଳନା କମିଟି, ରଥଯାତ୍ରା କମିଟି,ସାଧୁ ସନ୍ଥ ଓ ନାଏକ ପଡ଼ା ଗ୍ରାମବାସୀ ଙ୍କ ସହ ଚଳିତ ରଥଯାତ୍ରା ପାଇଁ ଆଲୋଚନା କରିବା ସହିତ ଉକ୍ତ ପାତାଳି ଶ୍ରୀକ୍ଷେତ୍ର ର ଉନ୍ନତି ନେଇ ସମୀକ୍ଷା କରିଥିଲେ l

ବିଧାୟକ ଙ୍କ ଅଚାନକ ଏଭଳି କାର୍ଯ୍ୟକ୍ରମ ନେଇ ସମସ୍ତ କମିଟି,ଗ୍ରାମବାସୀ, ସାଧୁ ସନ୍ଥ ପ୍ରଶଂସା କରିଥିଲେ l 35ବର୍ଷ ଭିତରେ ଅନ୍ୟ କୌଣସି ବିଧାୟକ କିମ୍ବା ସାଂସଦ ଙ୍କ ପାଦ ଏହି କ୍ଷେତ୍ରରେ ପଡିନ ଥିବା ନେଇ କ୍ଷଭୋ ପ୍ରକାଶ କରିଥିଲେ l ଶେଷରେ ବିଧାୟକ ଚଳିତ ବର୍ଷ ରଥଯାତ୍ରା ବହୁ ଧୁମ ଧାମ ରେ ପାଳନ କରାଯିବା ସହିତ ଏହି ଐତିହାସିକ ପାତାଳି ଶ୍ରୀକ୍ଷେତ୍ର ଯେପରି ରାଜ୍ୟ ଓ ଦେଶ ର ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l