ଧର୍ମଗଡ:୬/୭(ହେମନ୍ତ କୁମାର ମାଝୀ)ଧର୍ମଗଡ ର ନବ ନିର୍ବାଚିତ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ଙ୍କୁ ଆଜି ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷ ରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘ ର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବରିଷ୍ଠ ବ୍ୟବସାୟୀ ବାଳମୁକୁନ୍ଦ ପାଣିଗ୍ରାହୀ, ତ୍ରିଲୋଚନ ଅଗ୍ରୱାଲ, ଅନିରୁଦ୍ଧ ମେହେର ପ୍ରମୁଖ ବିଧାୟକ ଙ୍କ ସହ ମଞ୍ଚାସୀନ ଥିଲେ ।

ବ୍ୟବସାୟୀ ସଂଘ ର କର୍ମକର୍ତ୍ତା ମାନେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ, ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ନାଥ ମୁନି ମାନ ପତ୍ର ପାଠ କରି ଥିଲେ । ଏହି ଅବସର ରେ ବ୍ୟବସାୟୀ ମାନେ ସମ୍ମୁଖୀନ ହେଉଥିବା କିଛି ସମସ୍ୟା କୁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହୃଷିକେଶ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।