କେନାଲ ଉନ୍ନତି କରଣ ନାମରେ ଚାଲିଛି ହରିଲୁଟ 
ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ )-ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳଉତ୍ସ ରହିଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର ଚାଷୀମାନେ ଜଳସେଚନର ସୁବିଧା ପାଇପାରୁ ବିତ ହେଉଛନ୍ତି । ପୂର୍ବରୁ ଜଳସେଚନ ପାଇଁ ଯାହାରହିଛି ତାହା ହିଁ ର୍ବମାନ ଚାଲିଛି । ସେଥିମଧ୍ୟରୁ ନୂଆଁପଡା ଡ୍ୟାମ (ଲଇଗାଁ ଜଳସେଚନ ପ୍ରକଳ୍ପ) ଅନ୍ୟତମ । ଏହି ଡ୍ୟାମ ଟି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର ବିରନରସିଂହପୁର ପଂଚାୟତ ର ନୂଆପଡା ଠାରେ ରହିଛି । ଦିନ ଥିଲା ନୂଆପଡା ଡେମଟି ଚାଷୀଙ୍କ ପାଇଁ ବରଦାନ ସଦୃଶ୍ୟ କାର୍ଯ୍ୟକରୁଥିଲା । ଏହି ଡେମରୁ ଅନେକ ଚାଷଜମିକୁ ଜଳସେଚନ ମାଧ୍ୟମରେ ପାଣି ମଡା ଯାଉଥିଲା । ହେଲେ ଏବେ ଆସ୍ତେ ଆସ୍ତେ ଏହି ଜଳସେଚନ ପ୍ରକଳ୍ପଟି ପୋତି ହେବାକୁ ବସିଲାଣି ଯାହାଫଳରେ ପ୍ରକଳ୍ପରେ ପର୍ଯ୍ୟପ୍ତ ପାଣି ରହୁନଥିବାରୁ ଚାଷୀମାନେ ଠିକ ସମୟରେ ଜମିକୁ ପାଣି ମଡାଇ ପାରୁ ନଥିବାର ଅଭିଯୋଗ ହେଉଛି ।

ବିଭାଗର ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଖାମଖିଆଲି କାର୍ଯ୍ୟ ଯୋଗୁଁ ଡେମଟି ପୋତି ହେବାକୁ ବସିଲାଣି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ବର୍ଷାଜଳକୁ ସଂରକ୍ଷିତ ରଖି ଜଳସେଚନ ମାଧ୍ୟମରେ ଜମିକୁ ପାଣି ଯୋଗାଇ ଦେବା ପାଇଁ ନୂଆପଡା ଠାରେ ଥିବା ବାଙ୍କମୁଣ୍ଡି ଜଙ୍ଗଲ ଦେଇ ବୋହି ଆସୁଥିବା ଗଉଡୁଣୀ ନାଳର ଦୁଇକଡରେ ଥିବା ଦୁଇଟି ପାହାଡକୁ ବନ୍ଧାଯାଇ ଜଳସେଚନର ସୁବିଧା କରିବା ପାଇଁ ୧୯୭୨ ମସିହାରେ ଏମଆଇ ବିଭାଗ ପକ୍ଷରୁ ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ଯାଇଥିଲା । ପରର୍ବି ସମୟରେ ପ୍ରସ୍ତାବ ମଞ୍ଜୁର ହେବା ପରେ ପ୍ରକଳ୍ପତ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୭୬ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା । ଏହି ପ୍ରକଳ୍ପ ଫଳରେ ବିରନରସିଂହପୁର ପାୟତ, ସାମ୍ପୋଚ ପାୟତ ଓ ଲୁଣିବାହାଲ ପାୟତର ପ୍ରାୟ 4ହଜାରେ ହେକ୍ଟର ଚାଷ ଜମିକୁ ଖରିବ ଋତୁରେ ଚାଷୀ ମାନଙ୍କ ଜଳ ସେଚନର ସୁବିଧା ଦୃଷ୍ଟିରୁ ଡ୍ୟାମ ଟି କରାଯାଇଥିଲା । ଲଇଗାଁ ଜଳସେଚନ ପ୍ରକଳ୍ପ ପୂର୍ବରୁ ଏହି ଅଞ୍ଚଳରେ ଚାଷୀମାନେ ପ୍ରତିବର୍ଷ ମରୁଡିର ସମ୍ମୁଖୀନ ହେଉଥିଲେ ।

ପ୍ରକଳ୍ପ ହେବା ପରେ ସେମାନଙ୍କ ଏକ ବଡ ସମସ୍ୟା ଦୂର ହୋଇ ପାରିଥିଲା । ପ୍ରକଳ୍ପ ପରେ ଚାଷୀମାନେ ରବି ଓ ଖରିଫ ଉଭୟ ଚାଷ କରୁଥିଲେ । ହେଲେ ଏବେ ଡେମଟି ପୋତି ହୋଇପଡିଥିବାରୁ ର୍ବମାନ ଆବଶ୍ୟକ ପରିମାଣର ପାଣି ଚାଷ ଜମିକୁ ଯୋଗାଇ ସମ୍ଭବ ହୋଇ ପାରୁନାହିଁ । ଫଳରେ ପ୍ରତିବର୍ଷ ଚାଷୀ ମରୁଡିର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ଖରାଦିନେ ଆଗରୁ ଏହି ଡେମରେ ପ୍ରାୟ ୩୦ ଫୁଟ ପାଣି ରହୁଥିବା ବେଳେ ଏବେ ପଙ୍କ ପୋତିହୋଇ ପ୍ରାୟ ୫ ଫୁଟ ପାଣି ରହିବା କଷ୍ଟକର ହୋଇ ପଡୁଛି ଫଳରେ ବନ୍ୟ ଜନ୍ତୁ ଖରାଦିନେ ପାଣିଟୋପାଏ ପାଇଁ ଡହକ ବିକଳ ହେଉଛନ୍ତି । ବିଭିନ୍ନ ସମୟରେ ଡେମର ଉନ୍ନତି କରଣ ପାଇଁ ଆସିଥିବା ଅର୍ଥକୁ ଡେମରୁ ପଙ୍କ ଉଦ୍ଧାର କରିବା ପରିର୍ବେ କେନାଳର ଉନ୍ନତି କରଣ ନାମରେ ଅର୍ଥ ଲାରିଲୁଟ କରାଯାଇଥିବାର ଚାଷୀ ମାନଙ୍କ ଅଭିଯୋଗ ହେଉଛି କାରଣ କେନାଲ ଉପର ମୁଣ୍ଡରୁ ପାଣି ତଳକୁ ପହଂଚି ପାରୁନି । ପ୍ରତିବର୍ଷ ଚାଷୀ ଜଳ ନପାଇ ଜଳକର ଦେବାକୁ ପଡୁଛି ବୁଡ଼ୀମରି ଡଙ୍ଗା ଭଡା ଦେଉଥିବାରୁ ଚାଷୀମାହଳରେ ଅସନ୍ତୋଷ ଦେଖାଦେଇଛି।ଏପରିକି ବିଭିନ୍ନ ଶାଖା କେନାଲ ଗୁଡିକ l