କେସିଙ୍ଗା ,10.07(ପ୍ରୀତୀଶ ପଟେଲ)କଳାହାଣ୍ଡି ଜିଲ୍ଲାର ଗୋଟେ ପ୍ରମୁଖ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ହୋଇଥିଲେ ମଧ୍ୟ ଅନେକ ସମସ୍ୟା ଭରି ରହିଛି।କେବଳ ଜଣେ ଗାଇ ନିକ ସ୍ପେଶାଲିଷ୍ଟ,ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ଦାନ୍ତ ରୋଗ ବିଶେଷଜ୍ଞ ଥିବା ବେଳେ ଆଉ ଦୁଇ ତିନି ଜଣ ଏମ ବି ବି ଏସ ଡାକ୍ତର ରେ ଚାଲୁଛି କେସିଙ୍ଗା ମେଡିକାଲ୍।ଅନେକଥର। ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଙ୍କ ସମେତ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ କେସିଙ୍ଗା ମେଡ଼ିକାଲ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଆରମ୍ଭ କରି ସରକାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଲିପାରୁ ନାହିଁ।

ମେଡ଼ିକାଲ ରେ ଦୀର୍ଘଦିନ ହେଲା ନିଶ୍ଚେତକ ଡାକ୍ତର ନ ଥିବାରୁ ଗର୍ଭବତୀ ମହିଳାମାନଙ୍କ ଅପରେସନ ହୋଇପାରୁନାହିଁ ଫଳରେ ଗରିବ ଜନସାଧାରଣ ଙ୍କୁ ପଇସା ଖର୍ଚ୍ଚ କରି ପାଖ ବେସରକାରୀ କ୍ଲିନିକ୍ କୁ ରେଫର୍ଡ କରା ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।ଆଉ ସେମେତି ଅନେକ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେଲା ଖାଲିପଡ଼ିଛି।

ବୁଧବାର ଦିନ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରିଦର୍ଶନ ରେ ଆସୁଛନ୍ତି ଶୁଣି ଅଞ୍ଚଳ ର ସଚେତନ ନାଗରିକ,ବୁଦ୍ଧିଜୀବୀ, ବିଜେପି ରାଜନୈତିକ ଦଳର ନେତୃବୃନ୍ଦ ଓ ସ୍ୱେଚ୍ଛାସେବି ଓ ଗଣମାଧ୍ୟମ ପ୍ରତିନିଧି ସି ଡି ଏମ୍ ଓ ଶ୍ରୀମତୀ ସୁଚିତା ପାଣି ଙ୍କୁ ମେଡ଼ିକାଲ ର କିଛି ଗମ୍ଭୀର ସମସ୍ୟା ଉପରେ ଆଲୋଚନା କରିବାକୁ ଆସିଥିବା ବେଳେ ସି ଡି ଏମ୍ ଓ ମ୍ୟାଡମ୍ ସମୟ ନ ଦେଇ ଯାହା କହିବା ଅଛି ମୋତେ ଛିଡା ଛିଡା କୁହ କହି ନିଜର ଗାଡ଼ି ପାଖକୁ ଚାଲିଯାଇଥିଲେ।ଓ କିଛି ଅଭିଯୋଗ ନ ଶୁଣି ଗାଡ଼ିରେ ବସି ଛୁ ମାରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଏହିପରି ଅଭିଯୋଗ ନ ଶୁଣି ପଲାଇଯିବା ବିଷୟରେ ଅଞ୍ଚଳ ର ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି |