କେସିଙ୍ଗା : (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଯୋଲକୋ ରେତନଦୀ ରେ ତିଆରି ହୋଇଥିବା ନୂତନ ଅନ୍ତନଦୀ ଜଳାଶୟ ପ୍ରକଳ୍ପ ପାଖରେ ଶନିବାର ସକାଳୁ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।ପରେ ଅଞ୍ଚଳ ବାସୀ ସଙ୍ଗେ ସଙ୍ଗେ କେସିଙ୍ଗା ପୋଲିସ କୁ ଖବର ଦେବା ପରେ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ନଦୀ ରୁ ବାହାରକୁ ବାହାର୍ କରିଥିଲା।

ମୃତକର ପରିଚୟ ମୁକେଶ ବାରିକ (୩୫) ଓ ସେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ବ୍ଲକ୍ ର ଖଜୁରପଡ଼ା ର ବୋଲି ପୋଲିସ କହିଛି। କେସିଙ୍ଗା ପୋଲିସ ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ଶବ କୁ ଆଣି ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି। ଟିଟଲାଗଡ ର ଲୋକ କେମେତି କେସିଙ୍ଗା ଆସି ରେତ୍ ନଦୀରେ ମୃତ୍ୟୁ ଘଟିଲା ଏହା ହତ୍ୟା ନା ଆତ୍ମହତ୍ୟା ନା ମୃତକ ଜଣକ ମଦ ପିଇ ଶୌଚ ପାଇଁ ଯିବା ସମୟରେ ଗୋଡ଼ ଖସି ମୃତ୍ୟୁ ଘଟିଛି ତାହା ପୋଲିସ ତଦନ୍ତ ଆରମ୍ଭ କରିଛି।