କେସିଙ୍ଗା :  (ପ୍ରୀତେଶ  ପଟେଲ) ଭବାନୀପାଟଣା ସଦର ବିଧାନସଭା ନୂତନ ବିଧାୟକ ସାଗର ଚରଣ ଦାସ  ଶନିବାର ଦିନ ୧୧.୩୦ ମିନିଟ ସମୟରେ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆସି ହସ୍ପିଟାଲ ପରିଦର୍ଶନ କରିଥିଲେ।ପରେ ମେଡ଼ିକାଲ      ଇନଚାର୍ଜ ପ୍ରୟାଗ ପ୍ରତିଶ୍ରୁତି ମାଝୀ ଙ୍କ ସମେତ ହସ୍ପିଟାଲ ର ସମସ୍ତ ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା କାଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ମେଡ଼ିକାଲ ର ଗୁଡ଼ାଏ ସମସ୍ୟା ବିଷୟରେ ଶୁଣି ବିଧାୟକ ଆଶ୍ଚର୍ଯ୍ୟ ହୋଇଥିଲେ।

ଡାକ୍ତର ଅଭାବ ସାଙ୍ଗକୁ କୋଠା ଅଭାବ,ଜରାଜୀର୍ଣ୍ଣ ହୋଇ ଥିବା ଡାକ୍ତର ମାନଙ୍କ କ୍ୱାଟର,ଶବବାହନ ଗାଡ଼ି , ସାଫ ସଫେଇ , ଏମିତି ବିଭିନ୍ନ ବିଷୟରେ ପୁଙ୍ଖାନପୁଙ୍ଖ ଭାବରେ ବିଧାୟକ ଶୁଣିଥିଲେ।ଓ ଯଥା ଶୀଘ୍ର ଜିଲ୍ଲା ଚିକିତ୍ସା ଅଧିକାରୀ,ଜିଲ୍ଲାପାଳ ଦରକାର ପଡ଼ିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ ର ବାଟ କାଡିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ପରେ ଡାକ୍ତର ମାନଙ୍କୁ ବିନା ଲୋଭ ବିନା ସ୍ୱାର୍ଥ ରେ  ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଅନୁରୋଧ କରି ଗରିବ ଜନସାଧାରଣ ଙ୍କୁ ନିରାଶ ନକରିବା ପାଇଁ ପରାମର୍ଶ ଦେଇଥିଲେ ଓ ଏକ ତଦାରଖ ଟିମ୍ ଗଠନ କରିବା ଉପରେ ଜୋର୍ ଦେଇଥିଲେ।   ପରେ ସାମ୍ବାଦିକ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ଦୟାନିଧି ସୁନାନୀ ପ୍ରମୁଖ ନୂତନ ବିଧାୟକ ଙ୍କୁ ଜରୁରୀକାଳୀନ ଭିତ୍ତିରେ ଜଣେ ନିଶ୍ଚେତକ ଡାକ୍ତର ନିଯୁକ୍ତି ରେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଳିତ ଅଗ୍ରୱାଲ, ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ ଡାକ୍ତର ଆକାଶ ସାହୁ,ଡାକ୍ତର ବିନୟ ଦାସ,ଡାକ୍ତର ଶ୍ରଦ୍ଧା ଅଗ୍ରୱାଲ,ଡାକ୍ତର ମଙ୍ଗଳ ହାସଦା,ବିଶ୍ବଭୂଷଣ ପ୍ରଧାନୀ,କଂଗ୍ରେସ କାଉନସିଲର ରୋହିତ ଜୈନ୍,ପୂର୍ବତନ କାଉସିଲାର ବିଜୟ ଦୀପ, ସାମ୍ବାଦିକ ମହାସଂଘ ର ସଂପାଦକ ଡମ୍ବରୁଧର ଭୋଇ,ବରିଷ୍ଠ ସାମ୍ବାଦିକ ମଧୁ ସିନ୍ଦୂର,ସଂଗ୍ରାମ ଦେଓ,ସତ୍ୟ ମହାନନ୍ଦ,କେଶବ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।