କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ କଂଗ୍ରେସ ର ବିଜୟ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା।ଦୀର୍ଘ ୨୫ବର୍ଷର ଅପେକ୍ଷା ପରେ ଏକା ସାଙ୍ଗେ କରାପୁଟ ଲୋକସଭା ସଂସଦ ଓ ନବନିର୍ବାଚିତ ରାୟଗଡା ବିଧାୟକଙ୍କ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାଶୀପୁର କଂଗ୍ରେସ ପ୍ରେମୀ ଏବଂ ବ୍ଲକ କଂଗ୍ରେସ ପରିବାର ପକ୍ଷରୁ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ବିଜୟ ଉତ୍ସବରେ ରାୟଗଡା ସମେତ କାଶୀପୁର ବ୍ଲକ ର ଉପାନ୍ତ ଅଂଚଳରୁ ବହୁସଂଖ୍ୟାରେ ଜନସାମଗ ହୋଇଥିଲା।

ପ୍ରଥମେ କଂଗ୍ରେସ କର୍ମକର୍ତା ଏବଂ କଂଗ୍ରେସ ପ୍ରେମୀ ମାନେ ଲଗାତାର ଦ୍ୱିତୀୟ ବିଜୟୀ ସଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା,ନବ ନିର୍ବାଚିତ ବିଧାୟକ ଶ୍ରୀ କାଡ୍ରାକା ଆପୋଲସ୍ୱାମୀଙ୍କ ସମେତ ଓପିସିସି ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡାଙ୍କୁ ପାଛଟୀ ନେଇଁ ପୁଷ୍ପଗୁଛ ଦେବା ସହପୁଷ୍ପ ମାଲ୍ୟ ଅର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

ଏହିପରି ପରମ୍ପରା ବାଦ୍ୟନୃତ୍ୟରେ ଲୋକେ କାଶୀପୁର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ମନ୍ଦିର ପହଁଞ୍ଚି ମାଁଙ୍କ ଦର୍ଶନ କରିଥିଲେ ଏବଂ କାଶୀପୁର ଆଇଫାଡ଼ ଛକ ଠାରୁ ଡମ୍ବ ସାହି,ଗୌଡ଼ ସାହି ଓ ସଦର ପରିକ୍ରମା କରିଥିଲେ।

ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରେମୀ ଓ କଂଗ୍ରେସ ପରିବାର ପକ୍ଷରୁ ଉଭୟ ସଂସଦ,ବିଧାୟକ ଓ ଓପିସିସି ସମ୍ପାଦକଙ୍କୁ ପାରମ୍ପରିକ ହଳଦୀ ଚାଉଳ,ଫୁଲ ସମେତ ଟୀକାକୋରଣ କରିବା ଲୋକଙ୍କ ଏକ ନିଆରା ଭଲ ପାଇବା ଦେଖିବାକୁ ମିଳିଥିଲା।

ଏହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ,ଜିଲ୍ଲା ଯୁବ ସଭାପତି ଜୋସେଫ ଖସଲା,ବ୍ଲକ ଯୁବ ସଭାପତି ଝିଝରୁ ମାଝୀ,ପି. ଦେବେନ୍ଦ୍ର ରାଓ,ଅନିଲ ଜୈନ,ସାନ୍ଧୁ ଚରଣ ମାଝୀ,ଭୁବନେଶ୍ୱର ମହାନ୍ତି କୁନାପାଢ଼ୀ ନାଏକ,ଜୟନ୍ତ ବୈଠରୁ ପାଇଲ ମାଝୀ ପ୍ରମୁଖଙ୍କ ସମେତ ହଜାରୁ ଉର୍ଦ୍ଧ ଲୋକେ ଉପସ୍ଥିତ ଥିଲେ।