ହରଭଙ୍ଗା 14/7/24(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଛାସାହି ଠାରେ ଶିକ୍ଷକ ପ୍ରମୋଦ କୁମାର ଶତପଥୀ ଙ୍କୁ ପୁରାତନ ଛାତ୍ର ଛାତ୍ରୀ ତଥା ଗ୍ରାମବାସୀ ଙ୍କ ତରଫରୁ ରବିବାର ଦିନ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀଯୁକ୍ତ ଶତପଥୀ ତାଙ୍କ ଶିକ୍ଷକତା ଜୀବନ 1988 ମସିହା ରୁ କଣ୍ଟାମାଳ ବ୍ଲକ ବରଡ଼ିପଦର ୟୁ.ଯି.ଏମ.ଇ ସ୍କୁଲ ରୁ ଆରମ୍ଭ କରିଥିଲେ।

ସେଠାରେ ଦୁଇ ବର୍ଷ ଶିକ୍ଷକତା କରିସାରିବା ପରେ 1990 ମସିହା ରୁ 1997 ମସିହା ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ବର୍ଷ ଗୋଛାସାହି ୟୁ.ଯି.ଏମ.ଇ ସ୍କୁଲ ରେ ଶିକ୍ଷକତା କରିଥିଲେ ଏବଂ ତା ପରେ ଗଣ୍ଡାପାଜୁ ୟୁ.ଯି.ଏମ.ଇ ସ୍କୁଲ କୁ ବଦଳି ହୋଇଥଲା।2023 ମସିହା ରେ level -iii ପ୍ରମୋସନ ପାଇ ସେହି ସ୍କୁଲ ରେ ହିଁ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ ଓ ସେହି ସ୍କୁଲ ରୁ ହିଁ ଅବସର ନେଲେ। ଏହି ତିନୋଟି ସ୍କୁଲ ରେ ଦୀର୍ଘ 36 ବର୍ଷ ର ଶିକ୍ଷକତା ଭିତରେ ଅନେକ ଘାତ ପ୍ରତିଘାତ କୁ ଭୃକ୍ଷେପ ନ କରି ଶିକ୍ଷା କ୍ଷେତ୍ର ରୁ ସମାଜ କୁ ଯୋଗେଇ ଦେଇଥିଲେ ନିରବିଛନ ସେବା।

ସେହି ପରିପେକ୍ଷୀ ରେ ରବିବାର ଦିନ ଗୋଛାସାହି ୟୁ. ଯି. ଏମ. ଇ ସ୍କୁଲ ଠାରେ ପୁରାତନ ଛାତ୍ର ଛାତ୍ରୀଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା ଓ ଶ୍ରୀଯୁକ୍ତ ଶତପଥୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉକ୍ତ ଉତ୍ସବ ରେ 1990 ମସିହା ରେ ଶ୍ରୀ ଯୁକ୍ତ ଶତପଥୀ ଙ୍କ ଅଧୀନରେ ପାଠ ପଢିଥିବା ଗୋଛାସାହି ୟୁ. ଯି. ଏମ. ଇ ସ୍କୁଲ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।