ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ସରକାର ଗ୍ରାମାଂଚଳ ହେଉ ବା ସହରାଂଚଳ ହେଉ ସବୁ ଲୋକଙ୍କୁ ମୌଳିକ ସୁବିଧା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଯୋଗାଇ ଦେବା ନେଇ ଡିଂଡିଂମ ପିଟୁଛନ୍ତି କିନ୍ତୁ ବିଜେଡି ର ହିଁନ ରାଜନୀତି ଯୋଗୁଁ 24ବର୍ଷ ଶାସନରେ ମଧ୍ୟ ଆଜି ଏମିତି ଅଂଚଳ ଅଛି ଯେଉଁଠି ଶିକ୍ଷା ହେଉ କି ଗମନା ଗମନ ପହଁଚି ପାରିନାହିଁ ।

ଆମେ କହୁଛୁ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ସଦରମହକୁମା ଠାରୁ ମାତ୍ର ୩ କିମି ଦୂରରେ ଥିବା ଘୋଡାଡିଆଁ ଗାଁ କଥା । ଗାଁ ଅନେକ ଦିନ ହେବ ଏକ ପୋଲ ନିର୍ମାଣ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଦାବୀ ହୋଇ ଆସୁଥିଲେ ବି ତାହା କେବଳ ପ୍ରତିଶୃତିରେ ସିମିତି ଅଛି ।
ବିଜେଡି ର 24ବର୍ଷ ଶାସନ ଓ ସ୍ଥାନୀୟ ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ କୁମାର ଅମାତ ଲୋକଙ୍କ ଦାବୀ ପୂରଣ କରି ପାରିଲେ ନାହିଁ l ଯାହା ଫଳରେ ତାଙ୍କୁ ବରାଖସ୍ତ କଲେ ଏବଂ ନୁଆଁ ସରକାର ଙ୍କୁ ବାଛିଲେ l

ଗାଁରେ ୩୦ ଘର ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ପାଣି ସାତ ସପନ ପାଲଟିଛି । ନାଳ ଦେଇ ଯିବାକୁ ପଡେ ଆଜି ପର୍ଯ୍ୟନ୍ତ ବହୁବାର ଦାବୀ କରିଥିଲେ ସୁଦ୍ଧା ଏଯାଏଁ ନାଳ ଉପରେ ପୋଲ ଟିଏ ହୋଇ ପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ନୁଆଁ ସରକାର କରିବେ କି ପୋଲ ନିର୍ମାଣ ତାକୁ ସମସ୍ତ ଙ୍କର ନଜର ରହିଛି l