ଧର୍ମଗଡ:୧୫/୭(ହେମନ୍ତ କୁମାର ମାଝୀ)ଭଗବାନ ଙ୍କ ପ୍ରତି ଭକ୍ତି ଏବଂ କିଛି ଅଲଗା କରିବାର ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଜଣେ ଛାତ୍ର ଙ୍କ ଦ୍ଵାରା ଖବର କାଗଜ ଓ କାଗଜ ପଟା (କାର୍ଡ ବୋର୍ଡ) ଦ୍ଵାରା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ଏହି କଥାକୁ ସୂଚାଇ ଦେଇଛି ।

ଧର୍ମଗଡ ବସ୍ତି ପଡା ର ହରି ହର ଭୋଇ ଓ ମାତା ଲଳିତା ଭୋଇ ଙ୍କ ପୁତ୍ର ଭବେଶ ଭୋଇ ଘରେ ପଢି ସାରିଥିବା ଖବର କାଗଜ କୁ ସଂଗ୍ରହ କରି ଜଗତ ର ନାଥ ଜଗନ୍ନାଥ ଙ୍କ ରୂପ ଦେ଼ଇ ଛନ୍ତି । କାଗଜ ରେ ତିଆରି ମୂର୍ତ୍ତି ଟି ଅତି ହାଲୁକା ହୋଇ ଥିବା ବେଳେ ଅତି ସୁନ୍ଦର ହୋଇଛି । ଭାବେଶ୍ଏତଦ୍ ବ୍ୟତିତ ଭଲ ପେଣ୍ଟିଂ ମଧ୍ୟ କରନ୍ତି । ମୁଖ୍ୟତ ଜଗନ୍ନାଥ ଙ୍କ ଫଟୋ ଆଙ୍କିବାକୁ ତାଙ୍କୁ ବେଶି ଭଲ ଲାଗିଥାଏ ବୋଲି ସେ କହିଛନ୍ତି ।