ମୁନିଗୁଡା : (ରାମାକାନ୍ତ ପୋଡାଳ )ହୁରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା କଂଗ୍ରେସ ଦଳ ତରଫରୁ ବିଜୟ ଉତ୍ସବ ପାଳନ ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ନିର୍ବାଚନ ରେ ବିଷମ କଟକ ବିଧାନ ସଭାରେ କଂଗ୍ରେସ ଦଳ ବିଜୟ ଲାଭ କରିଥିବା ବେଳେ ଅମ୍ବାଦଳା ସହରରେ ବିଧାୟକ ନୀଳମାଧବ ହିକକାଙ୍କୁ ବିରାଟ ପଟୁଆରରେ ସହର ପରିକ୍ରମା କରାଇବା ସହ ସମ୍ବର୍ଦ୍ଧନା ଦିଆଯାଇଛି ।
ପ୍ରଥମେ ସ୍ଥାନୀୟ ଭୈରବ ମନ୍ଦିର ରେ ବିଧାୟକ ନିଳମାଧବ ହିକକା ପୂଜାର୍ଚ୍ଚନା କରି ଉପସ୍ତିତ ଦଳୀୟ କର୍ମୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ମା ପାଇଁ ବୃକ୍ଷ ରୋପଣ କରିଥିଲେ। ଶତାଧିକ ମହିଳା ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁଷ୍ପ ଚନ୍ଦନ ଦେଇ ବିଧାୟକ ଶ୍ରୀ ହିକକାଙ୍କୁ ପାଛୋଟି ନେଇଥିଲେ।ମନ୍ଦିର ପ୍ରାଙ୍ଗଣ ରେ ଶହ ଶହ ଦଳୀୟ କର୍ମୀ ଉପସ୍ତିତ ରହି ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ନ୍ଧନା କରିଥିଲେ ।
ଏହା ପରେ ଦଳୀୟ କର୍ମୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ନର୍ବନିର୍ବାଚତ ବିଧାୟକଙ୍କୁ ନଗର ପରିକ୍ରମା କରାଇଥିଲେ। ଉକ୍ତ ଶୋଭାଯାତ୍ରା ଅମ୍ବାଦଳା ଭୈରବ ମନ୍ଦିର ନିକଟରୁ ବାହାରି ବଡପଡ଼ା, ପାଇକ ସାହି ଦେଇ ଅମ୍ବାଦଳା ସହର ପରିକ୍ରମା କରିଥିଲା।ଶୋଭାଯାତ୍ରାରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର, ସାଂସଦ ପ୍ରତିନିଧି ମାନସ ବେହେରାଙ୍କ ସମେତ କଂଗ୍ରେସର ବହୁ ପୁରୁଖା ନେତା ଓ ଶତାଧିକ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।