ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ତଳଗାଁ ପଂଚାୟତ ରେ ରହିଛି 16 ଟି ୱାର୍ଡ ଏବଂ ଛୋଟ ମୋଟ କରି 42 ଗ୍ରାମ ସରକାର ସାମାଜିକ ସୁରକ୍ଷା ନିମିତ୍ତ ବିଭିନ୍ନ ଭତା ଯଥା ବିଧବା, ଭିର୍ଣ୍ଣ ଖ୍ୟମ, ବାର୍ଦ୍ଧକ୍ୟ ଏବଂ ବୟସ୍କ ପ୍ରାପ୍ତ ଯୁବତୀ ମାନଙ୍କୁ ସରକାର ଏହି ଭତା ଯୋଜନାରେ ଅନ୍ତର୍ଭୁକ୍ତ କରିଥିବାରୁ ମାସକୁ ଏକ ହଜାର ଏବଂ 80 ବର୍ଷ ରୁ ଅଧିକ ବୃଦ୍ଧ ବୃଦ୍ଧା ମାନଂକୁ ଏବଂ ଭିର୍ଣ୍ଣ କ୍ଷମ ମାନଙ୍କୁ ମିଳୁଛି 12 ଶହ ଟଙ୍କା l ହେଲେ ପ୍ରତିମାସ 15 ତାରିଖରେ ଭତା ପାଇ ତେଲ ଲୁଣ ଔଷଧ ପତ୍ର ରେ ଲଗାଇ ପାରୁଥିଲେ କିନ୍ତୁ ଜ଼ିଲ୍ଲା ପ୍ରଶାସନ ର କଡା ନିୟମ ନା ପଂଚାୟତ ବାବୁଙ୍କ କଡା ନିୟମ ରେ ସାଙ୍ଘାତିକ ଘାଇଲା ହୋଇ ପଡିଛନ୍ତି ହିତାଧିକାରୀ କାରି l

ଯାହାକି ଯେଉଁ ବୃଦ୍ଧ ବୃଦ୍ଧା ପଂଚାୟତ କୁ ନ ଆସି ପୁଅ କିମ୍ବା ନାତି କିମ୍ବା ଗ୍ରାମର ୱାର୍ଡ ମେମ୍ବର ଆସି ଠିକ ଠାକ ଭାବେ ଭତା ପଇସା ପଂହଁଚି ଯାଉଥିଲା ହିତା ଧି କାରି ନିକଟରେ l କିନ୍ତୁ ଏଥର ନିଜେ ନ ଆସିଲେ ଭତା ମିଳିବ ନାହିଁ ବୋଲିବାରୁ ଅଟୋ ଭଡା କରି ଲେ ପାଞ୍ଚ ଶହ ଟଙ୍କା ଦେବାକୁ ପଡି ଥାଏ ତଥାପି ପଂଚାୟତ କୁ ଆସିବାକୁ ହେଲେ 10 କିଲୋମିଟର ଯିବାକୁ ପଡିଥାଏ l ହେଲେ ଭତା ଟଙ୍କା ପାଇବ ହଜାରେ ଭଡା ଦେବ ପାଞ୍ଚ ଶହ ଟଙ୍କା ଏଣୁ ବୃଦ୍ଧ ବୃଦ୍ଧା ଏଥର ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି l

ଆଉ ପଂଚାୟତ ର ସବୁଠୁ ଅତି ଅଗମ୍ୟ ଗ୍ରାମ ହେଲା ସାନ ଖଜୁରୀ, ବଡଖଜୁରୀ, ରାଣୀସାହି, ଗୋତିବିଡ଼ା,ନେଡିଗୁଡା, ବୁରୁଡି, ଗ୍ରାମ କୁ ଯିବାକୁ ହେଲେ 5 ଟି ଘାଟି 5 ଟି ପାହାଡ଼ ଡେଇଁ ଯିବାକୁ ପଡିଥାଏ ରାସ୍ତା କଥା ନ କହିବା ଭଲ ବର୍ତମାନ ପରିସ୍ଥିତି ରେ ଜଣଙ୍କର ଦେହ ଖରାପ କିମ୍ବା ଜଣେ ଗର୍ଭବତୀ ମା କୁ ମେଡିକାଲ ନେବାକୁ ହେଲେ ଏକ ମାତ୍ର ଭରସା ଖଟିଆ କିମ୍ବା ଡୁଲା ଭାର ପୁଣି 10 କିଲୋମିଟର ବାଟ ଅତିକ୍ରାନ୍ତ କରିବାକୁ ପଡିଥାଏ l ଆଉ ଭତା ନେବାପାଇଁ କଣ ଆସିବେ ଏଣୁ ତୁରନ୍ତ ଯେଉଁ ମାନେ ଚାଲିବୁଲି ପାରୁ ନାଁହାନ୍ତି ସେମାନଙ୍କ ର ସମ୍ପର୍କୀୟ କିମ୍ୱା ନିଜେ ପଂଚାୟତ ନିର୍ବାହୀ ଅଧିକାରୀ ହିତାଧିକାରୀ ଙ୍କ ପାଖରେ ଭତା ଟଙ୍କା ପ୍ରଦାନକରିବା ପାଇଁ ଦାବି ହେଉଛି l