ହରଭଙ୍ଗା :(ଚିତ୍ତରଞ୍ଜନ ସିଂ).ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ପକ୍ଷରୁ 3ଶାଗୁଆନ ଗଣ୍ଡି ସହିତ 2 ଜଣଙ୍କୁ ଗିରଫ କରି ଉଭୟ ଙ୍କୁ ଗୁରୁବାର କୋର୍ଟ ଚଲାଣ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାଇ ପୁରୁଣାକଟକ ରେଞ୍ଜ ଅଧିନସ୍ଥ ରତନ ପୁର ଗ୍ରାମରେ ଶାଗୁଆନ ଗଣ୍ଡି ରୁ କରତ ସାହାଯ୍ୟ ରେ କାଟି ପଟା ତିଆରି ହେଉଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମରେ ପହଂଚି ଥିଲେ l ଓ ସେଠାରୁ 3ଖଣ୍ଡ ଶାଗୁଆନ ଗଣ୍ଡି 8.25 ଫିଟ ସହିତ ବ୍ୟବହୃତ ଗୋଟିଏ ହାତ କରତ ଏବଂ ପଟା ତିଆରି କରୁଥିବା ଆସାମୀ ଗିରଫ କରିଥିଲା l

ଗିରଫ ବ୍ୟକ୍ତି ମାନେ ହେଲେ ପୁରୁଣାକଟକ ଗ୍ରାମର କରୁଣା କହଁର ଓ କାର୍ତିକ କହଁର ଉଭୟ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ରତନ ପୁର ଗ୍ରାମର ହରିହର କର୍ଣ୍ଣ ଯିଏକି ଏହି ପଟା ତିଆରି କରାଉଥିବା ମାଲିକ ଫେରାର ଥିବା ରେଞ୍ଜ ପକ୍ଷରୁ ସୂଚନା ମିଳିଛି l ଏହି ଅପରେସନ ରେ ACF ମିନାକ୍ଷୀ କୁମରା, ସହକାରୀ ତହସିଲଦାର, ACF /ରେଞ୍ଜ ଅଧିକାରୀ ଜୟନ୍ତ ଦାସ, ବନପାଳ ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ମେହେର, ଗୋବର୍ଦ୍ଧନ ମେହେର, ବନରକ୍ଷୀ ବୀଣାପାଣି ଖଟୁଆ, ପିଙ୍କି ପ୍ରଧାନ ସମେତ ସ୍କ୍ୱାର୍ଡ ଓ ପୁରୁଣାକଟକ ପୋଲିସ ସାମିଲ ଥିଲେ l