ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ):ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ପୋଲ ତଳକୁ ଖସିଲା ଯାତ୍ରୀବାହି ବସ l ବସ ତଳେ ଚାପି ହୋଇ ରହିଥିଲେ 10ଯାତ୍ରୀ l ପ୍ରାୟ 30ରୁ ଉର୍ଦ୍ଧ ଯାତ୍ରୀ ଆହତ l ସୂଚନା ଅନୁଯାଇ ଗତ କାଲି ମଧ୍ୟ ରାତ୍ରରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ମହାଦେବ ନାମକ ଘରୋଇ ବସ 57ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ସରସରା ସୁନାଖlଇ ପୋଲ ରେ ଭରସାମ୍ୟ ହରାଇ ପୋଲ ତଳକୁ ଖସି ଦୁର୍ଘଟଣା ଘଟିଥିଲା l

ଦୁର୍ଘଟଣା ରେ 30ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଥିଲେ l ଖବର ପାଇ ବୌଦ୍ଧ ଆଦର୍ଶ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଆହତ ଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଥିବା ଯାତ୍ରୀ ଙ୍କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି l ଅନ୍ୟପଟେ ବୌଦ୍ଧ ଆଦର୍ଶ ପୋଲିସ ଦୁର୍ଘଟଣା ର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଂଜିତ ମୁନି ସୂଚନା ଦେଇଛନ୍ତି l