ସମ୍ବଲପୁର : ଗତ କିଛି ମାସ ହେବ ହୀରାକୁଦ ସହରରେ ପାଉଁଶଗୁଣ୍ଡ ମାତ୍ରା ବଢି ବଢି ଚାଲିଛି । ଏହା ଜୋଂଗୁ ହୀରାକୁଦ ବାସି ତଥା ଜୀବଜନ୍ତୁ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ହୀରାକୁଦ ସହର ପ୍ରଦୂଷଣରେ ଅତିଷ୍ଠ ହୋଇପଡିଥିବାru ହୀରାକୁଦବାସୀ ଅନେକ ଥର ଅନ୍ଦୋଳନ କରିଆସୁଛନ୍ତି, କିନ୍ତୁ ସରକାରୀ କଳଦ୍ୱାରା ଏହାକୁ ଚାପି ଦିଆଯାଇଛି । ଏହାର ଫାଇଦା ନେଇ ପରିବହନ ଠିକାଦାର ସରକାରୀ ନିୟମର ଉଲଙ୍ଘନ କରିଚାଲିଛନ୍ତି । ହିଣ୍ଡାଲକୋ କାରଖାନାରୁ ବାହାରୁଥିବା ପାଉଁଶଗୁଣ୍ଡ କୁ ସ୍ଥାନୀୟ ହୀରାକୁଦ ଅଞ୍ଚଳର ବିଭିନ୍ନ ସ୍ଥାନରେ ତଥା ମହାନଦୀ କଡେ ପକାଇ ଦେଉଥ‌ିବାରୁ ହୀରାକୁଦ ସହର ତଥା ମହାନଦୀ ଜଳ ପ୍ରଦୂଷଣ ବଢ଼ିବାରେ ଚାଲିଛି I ବର୍ଷାଦିନେ ଏହା ନଦୀ ଗର୍ଭକୁ ଯାଉଅଛି ଏବଂ ପାଣିକୂ ପ୍ରଦୂଷିତ କରିବା ସହ ଏହାକୁ ବ୍ୟବହାର କରୁଥିବା ସ୍ଥାନୀୟ ବାସିନ୍ଦା ବୁଭିନ୍ନ ଚର୍ମ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି I

ସରକାରୀ ନିୟମ ଅନୁଯାୟୀ, ହୀରାକୁଦର ହିଣ୍ଡାଲକୋ କାରଖାନାରୁ ବାହାରୁଥିବା ଠିକାସଂସ୍ଥା ଦ୍ବାରା ପରିବହନ କରାଯାଇ ଶିଳ୍ପାନୁଷ୍ଠାନ ପକ୍ଷରୁ କରାଯାଇଥିବା ସ୍ଥାନରେ ପକାଯାଇଥାଏ।। ସେହିପରି ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରି ମିଳିବାପରେ ବେସରକାରୀ ଖାଲୁଆସ୍ଥାନରେ ଠିକାସଂସ୍ଥା ଉକ୍ତ ପାଉଁଶଗୁଣ୍ଡକୁ ପକାଇଥା ଏ। ଏଭଳି ଦୁଇପ୍ରକାର ପରିବହନ ଆଇନ ଅଛି । ଏଭଳି ପରିବହନ ପାଇଁ ନିଦ୍ଧାରିତ କିଲୋମିଟର ଠାରୁ ଅଧୂ କ ନ ନେବାକୁ ଚୁକ୍ତିରେ ଉଲ୍ଲେଖ କରାଯାଇଥାଏ। କିନ୍ତୁ ବିଭିନ୍ନ ଠିକାସଂସ୍ଥା ଏହାର ଭଲ୍ଲଙ୍ଘନ କରି ଅଧିକ ଲାଭ ଆଶାରେ ବିନା କାଗଜପ‌ତ୍ରରେ ସହର ବାହାରକୁ ପାଉଁଶଗୁଣ୍ଡ ଚାଲାଣ କରୁଛନ୍ତି । ପାଉଁଶ ପରିବହନ ପାଇଁ ଭାରୀଯାନରେ କିଲୋମିଟର ଯନ୍ତ୍ର ଖଞ୍ଜାଯାଇଛି ଏବଂ ଏହାର ନିଯନ୍ତ୍ରଣ ହିଣ୍ଡାଲକୋ କର୍ତ୍ତୃପକ୍ଷଙ୍କ ରହିଛି।।

କିନ୍ତୁ ଅସାଧୁ ଠିକାସଂସ୍ଥା ଉକ୍ତ ଯନ୍ତ୍ରକୁ ଭାରୀଯାନରୁ ଖୋଲି ବାଇକ୍‌ରେ ଲଗାଇ ଦର୍ଶାଇଥିବା ସ୍ଥାନକୁ ନ ନେଇ ବିଭିନ୍ନ ଇଟା କମ୍ପାନୀରେ ଡମ୍ପ।। ସେହିପରି ନିଜସ୍ବ ଖାଲୁଆଜମି କିମ୍ବା ମହାନଦୀ କୂଳର ଖାଲୁଆ ଜମିରେ ପକାଇ ଦେଉଛନ୍ତି । ତେଣୁ ସେସବୁ ପାଉଁଶଗୁଣ୍ଡ ପବନରେ ଉଡି ହୀରାକୁଦ ସହରରେ ପ୍ରଦୂଷଣ ବଢାଉଛନ୍ତି । କିଛି ଦିନ ତଳେ ଲରିଆପଡା ହନୁମାନ ମନ୍ଦିର ସମ୍ମୁଖରେ ପକାଯାଇଥିବା ପାଉଁଶଗୁଣ୍ଡ ଭିତରେ ବର୍ଷା ପାଣି ଜୋଂଗୁ ଗୋଟେ ଗାଈ ଫସିଯାଇଥିଲା, କିଛି ସ୍ଥାନୀୟ ଯୁବକ ଏହାକୁ ଉଦ୍ଧାର କରିଥିଲେ I ସଧାରଣ ଜନସାଧାରଣ ଙ୍କ ସହ ଜୀବଜନ୍ତୁ ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେଣୁ ଏଭଳି ଅସାଧୁ ଠିକାସଂସ୍ଥା ବିରୋଧରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ହୀରାକୁଦବାସୀ ଦାବି କରୁଛନ୍ତି ।