ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସରକାରୀ ବସ କୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ ଗାଡି l ଦୁର୍ଘଟଣା ସ୍ଥଳରେ 20 ଟି ଗୋରୁ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ରହିଥିବା ବେଳେ ଯାତ୍ରୀବାହୀ ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଗୋରୁ ବୋଝେଇ ପିକଅପ ଗାଡି ଛାଡି ପଳାଇଛି ଡ୍ରାଇଭର । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଭୁବନେଶ୍ୱର ପଟୁ ଏକ ସରକାରୀ ବସ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ ଗାଡି ଧକ୍କା ଦେଇଥିଲା । ଫଳ ରେ ବସ ସୁରକ୍ଷିତ ଥିବା ବେଳେ ପିକଅପ ରେ ଥିବା 20 ଟି ଗୋରୁ ଗୁରୁତର ଅବସ୍ଥାରେ ବାହାରକୁ ଛିଟିକି ପଡ଼ିଥିଲେ । ଏହା ଦେଖି ପିକଅପ ଗାଡିର ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ପଳାଇଥିଲେ । ପରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ କରିବା ସହ ପଶୁ ଡାକ୍ତର ଙ୍କୁ ସୂଚନା ଦେଇଥିଲେ ।

ପରେ ହରଭଙ୍ଗା ବ୍ଲକ ର ଏକ ପଶୁ ଡାକ୍ତରୀ ଟିମ ଆସି ଚିକିତ୍ସା ସେବା ଯୋଗାଇ ଦେଇଥିବା ବେଳେ ସ୍ଥାନୀୟ ସ୍ବେଚ୍ଛାସେବୀ ଯଥା ରାମ ସେନା ଓ ମହାବିନାୟକ ୟୁଥ କ୍ଳବ ର ଯୁବ ଗୋଷ୍ଠୀ ଆସି ଏଥିରେ ସହଯୋଗ କରିଥିଲେ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତା ରେ ଏକ ଗାଡି ଯୋଗେ ମଥୁରା ସ୍ଥିତ ଏକ ଗୋପାଳନ କେନ୍ଦ୍ର କୁ ପଠାଇ ଦିଆଯାଇଛି । ତେବେ ଏହି 20 ଟି ଗୋରୁ କୁ ଗୋଚାଲାଣ ଭାବରେ ନିଆଯାଉଥିବା ବେଳେ ଏ ଦିଗରେ ସମ୍ପୁକ୍ତ ଗାଡି ମାଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ତଦନ୍ତ ଚାଲିଛି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି l