ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ):ବ୍ୟାଙ୍କ ସେବା ପ୍ରତି ଗ୍ରାହକ ଙ୍କ ସୁବିଧା ଦୃଷ୍ଟିରୁ ଉପାନ୍ତ ଅଂଚଳରେ ଖୋଲିଲା SBI ଗ୍ରାହକ ସେବl କେନ୍ଦ୍ର l ସୂଚନା ଅନୁଯାଇ ଉପାନ୍ତ ଇଲାକା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ହରଭଙ୍ଗା SBI ଶାଖା ପକ୍ଷରୁ ରଶ୍ମି ରଞ୍ଜନ ମିଶ୍ର ଙ୍କ ନାମରେ ଏକ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି l

 

ଉଦଘାଟନି ଉତ୍ସବ ରେ ହରଭଙ୍ଗା sbi ଶାଖା ପରିଚାଳକ ବିବେକାନନ୍ଦ ପାଟଯୋଶୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଫିଲଡ଼ ଅଫିସର ଙ୍କ ସମେତ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ର ବରିଷ୍ଠ ଉପଦେଷ୍ଟା ଚିତ୍ତ ରଞ୍ଜନ ସିଂ ଉପସ୍ଥିତ ରହି ରୀତିନୀତି ଅନୁଯାଇ ଉଦଘାଟନ କରିଥିଲେ l ଉକ୍ତ ଗ୍ରାହକ ସେବା ହେବା ଫଳରେ ଉପାନ୍ତ ଅଞ୍ଚଳ ବାସି ସହଜ ସୁବିଧା ଓ କମ ଖର୍ଚ୍ଚ ରେ ଉତ୍ତମ ବ୍ୟାଙ୍କ ସେବା ପାଇ ପାରିବେ ବୋଲି ଶାଖା ପରିଚାଳକ ଶ୍ରୀ ପାଟଯୋଶୀ କହିଛନ୍ତି l