ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ଵାଣିଗୋଚ୍ଛା କୁସଙ୍ଗ ପୂର୍ତ୍ତ ରାସ୍ତା ରେ ଏକ ବିରାଟ ଗଛ ପଡିଥିବାରୁ ଦୁଇ ଦିନ ହେଲା ରାସ୍ତା ବନ୍ଦ ଯାତ୍ରୀ ହନ୍ତ ସନ୍ତ ଆଜି ଦମକଳ ବାହିନୀ ପଂହଁଚି ଗଛ କାଟିଲା ପରେ ଗାଡି ମଟର ଜିବା ଆସିବା ହେଲା l ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ର ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜ ପଥ କୁ ସଂଯୋଗ କରୁଥିବା କୁସଙ୍ଗ ଠାରୁ ଵାଣିଗୋଚ୍ଛା ଛକ ପର୍ଯ୍ୟନ୍ତ ରାସ୍ତା ରେ ଗତ କାଲି ଲଗାଣ ବର୍ଷା ରେ ରାମଣ୍ଡା ଠାରେ ଏକ ବଡ ତେନ୍ତୁଳି ଗଛ ପଡିଥିବାରୁ ଆଜକୁ ଦୁଇ ଦିନ ହେଲା ରାସ୍ତା ଟି ସମୂର୍ଣ ଠପ ହୋଇ ଯାଇଛି l

ଯାହାକି ଗୋଟିଏ ଯାତ୍ରୀବାହିବସ ଗଣ୍ଡିସ୍ୱର ଠାରୁ ସକାଳ 6 ଟା ରୁ ବୌଦ୍ଧ ଅଭିମୁଖେ ଯାଏ ଅନ୍ୟଟି ହରଭଙ୍ଗା ଠାରୁ କଣ୍ଟିଲୋ ଭା ପୁର ପର୍ଯ୍ୟନ୍ତ ଯାଇ ଥାଏ ଏବଂ ଅନ୍ୟ ଏକ ବସ ଆଠମଲ୍ଲିକ ରୁ ଭୁବନେଶ୍ୱର ଅଭିମୁଖେ ଯାଇଥାଏ ହେଲେ ଦୁଇଦିନ ହେଲା ଗାଡି ମଟର ସମ୍ପୂର୍ଣ ଠପ l ଯାହାକି ଯାତ୍ରୀ ମାନେ ନାହିଁ ନ ଥିବାର ସମ୍ମୁଖୀନ ହୋଇଛନ୍ତି l ପୁଣି ଜରୁରୀ କାଳୀନ ଗାଡି. ମଟର ଯାଇ ପାରୁ ନ ଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି l

ହେଲେ ଦୀର୍ଘ 48 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଶେଷ ସମୟରେ ଆଜି ଚାରିଛକ ଦମକଳ ବାହିନୀ ର କର୍ମ ଚାରି ପଂହଁଚି ରାସ୍ତା ରୁ ଗଛ କାଟିଲା ପରେ ଯାନ ବାହାନା ଜିବା ଆସିବାରେ ସ୍ୱାଭାବିକ ଦେଖା ଦେଇଛି l ଯାହାକି ସହର ବଜ଼ାର ରେ ଗୋଟିଏ ଘଣ୍ଟା ଗାଡି ବନ୍ଦ ହୋଇ ଗଲେ ଜନ ସାଧାରଣ ହୋ ହାଲା କରି ତୁରନ୍ତ ରାସ୍ତାହଟାଇବା ପାଇଁ ପଦ କ୍ଷେପ ନେଇ ଥାନ୍ତି କିନ୍ତୁ ଜଙ୍ଗଲ ଦୁର୍ଗମ ଅଂଚଳ କୁ ଅଣ ଦେଖା କରୁ ଥିବାରୁ ଜନ ସାଧାରଣ ରେ ଅସନ୍ତୋଷ ଦେଖା ଦେଉଛି l ରାସ୍ତା ରେ ଆଣ୍ଠୁଏ ପାଣି ବୋହୁ ଥିବାରୁ ଯାତାୟାତ ରେ ବହୁତ ସମସ୍ୟା ହେଉଛି l