ହରଭଙ୍ଗା ; ( ଚିତ୍ତରଞ୍ଜନ ସିଂହ ) ମହାନଦୀ ଓ ଶାଖା ତେଲନଦୀ ର କୁଳ ଖାଉଥିବାରୁ ନଦୀ କୁଳିଆ ଗାଁ ଲୋକେ ବିପଦରେ । ନଦୀ କୁଳ ଲଘିଂ ଗାଁ ନିକଟକୁ ମାଡି ଆସୁଥିବାରୁ ବୌଦ୍ଧ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ ରାଜସ୍ୱ ଗ୍ରାମ ର ବାସିନ୍ଦା ଏବେ ଚିନ୍ତାରେ । ସ୍ଥାୟୀ ପଥରବନ୍ଧ ନିର୍ମାଣ କରାଯାଉନ ଥିବାରୁ ପ୍ରତିବର୍ଷ ବନ୍ୟାରେ ମହାନଦୀ କୁଳ ଖାଇ ଗାଁ ଗୁଡିକ ନିଶ୍ଚିହ୍ନ ହେବା ସାଙ୍ଗକୁ ବହୁ ଜମିବାଡି ନଦୀରେ ମିଶିବାକୁ ବସିଲାଣି । ଏହା ପରେ ବି ଚେତା ପସୁନି ଜଳ ସମ୍ପଦ ବିଭଗର ।ବର୍ଷା ଆସିଲେ ନଦୀକୂଳିଆ ଗ୍ରାମବାସୀ ଙ୍କ ବଢୁଛି ଚିନ୍ତା । କୂଳ ଲଂଘଉଛି ମହାନଦୀ । ବର୍ଷା ଆସିଲେ ଗାଁ ରେ ପଶୁଛି ପାଣି ।ବଡ ନଦୀ ରେ ମାହିତ ହେଲାଣି ଚାଷ ଜମି । ସ୍ଥାଇ ପ୍ରତିକାର କରୁନି ବିଭାଗ । ଚିନ୍ତାରେ ନଦୀ କୁଳିଆ ଗାଁ ଲୋକେ ।

ବୌଦ୍ଧ ଜିଲ୍ଲାର ଗୋଟିଏ ପାଶ୍ୱର୍ରେ ମହାନଦୀ ଓ ଅନ୍ୟ ପାଶ୍ୱରେ ତେଲନଦୀ ରହିଥିବାରୁ ପ୍ରତିବର୍ଷ ବର୍ଷା ଦିନମାନଙ୍କରେ ବଢିପାଣି ଆସି କୁଳ ଖାଇବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହାକୁ ନେଇ ଭୟବିତ ଅବସ୍ଥାରେ ରହୁଛନ୍ତି ୧୦୦ ରୁ ଉର୍ଦ୍ଧ ନଇ କୂଳିଆ ଗାଁ ରେ ବାସ କରୁଥିବା ହଜାରହଜାର ପରିବାର । ମହାନଦୀ ଓ ତେଲନଦୀ ରେ ବଢିପାଣି ଆସି କୁଳରୁ ମାଟି ଅତଡା ଖସି ଯାଉଛି । ପ୍ରତିବର୍ଷ ଏଭଳି ହୋଇ ୩୦ ରୁ ୪୦ ମିଟର ଲେଖାଏଁ ନଦୀ କୁଳ ଲଂଘୁଛି । ଫଳରେ ଅନେକ ପରିବାରଙ୍କ ଘରଦ୍ୱାର ନିଶ୍ଚିହ୍ନ ହୋଇଯାଉଛି । ଅଧିକାଂଶ ଚାଷ ଜମି ମହାନଦୀରେ ମିଶି ସାରିଲାଣି ।

କୂଳ ଖାଇବାରୁ ସାମାନ୍ୟ ନଦୀ ଫୁଲିଲେ ବି ଗାଁ ଭିତରକୁ ପାଣି ମାଡିଆସୁଛି । ଜିଲ୍ଲାର କଟାଂମାଳ ବ୍ଲକ ଠାରୁ ବୌଦ୍ଧ ମୁଖ୍ୟ ସହର ଦେଇ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ୧୦୦ ରୁ ଉର୍ଦ୍ଧ କିମି ପର୍ଯ୍ୟନ୍ତ ମହାନଦୀ କୂଳ ଖାଇ କ୍ରମଶ ଓସାର ହେବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ lନଦୀ,ନାଳ ର କୁଳ ଖାଇବା ସହ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ଯୋଜାନରେ ବହୁ ପ୍ରକଳ୍ପ ହାତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଜଳ ସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନଥିବା ବେଳେ କାଁ ଭାଁ କିଛି ସ୍ଥାନରେ ମହାନଦୀ କୁଳରେ ପଥର ବନ୍ଧା ,ପ୍ରୋଟେକସନ ଓାଲ କାମ କରାଯାଇଥିଲେ ସୁଧା ବିଭାଗିୟ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ତାହ ଏବେ ନଦୀ ରେ ବିଲୀନ ହେଲାଣି ।

ଯାହାଫଳରେ ଖୁବଶିଘ୍ର ଭାଙ୍ଗି ଥିବା ପଥର ଓ ନୂତନ ପଥର ବନ୍ଧ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏବେ ବର୍ଷାଦିନ ଆଗମନ ହେତୁ ମହାନଦୀ ଓ ତେଲନଦୀରେ ବନ୍ୟା ଆସିବା ସହ ବଢିବ ନଦୀକୂଳିଆ ବାସିନ୍ଦାଙ୍କ ଦୁଃଖ । ତେଣୁ ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ ବିଭାଗ ସଜାଗହେବା ଦରକାର । ଅନ୍ୟପଟେ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୌଦ୍ଧ ବିଧାୟକ ସରୋଜ ପ୍ରଧାନ କହିଛନ୍ତି ଜିଲ୍ଲା ଜଳସଂପଦ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ମାହନଦୀ ପ୍ରତିବର୍ଷ କୁଳ ଲଂଘି ଅନେକ ଗାଁ,ଅନେକ ଲୋକଙ୍କ ଜମି ,ଘରଦ୍ୱାର ନଦୀରେ ମିଶି ଯାଉଛି ।

ତେବେ ଏହା ରୋକିବାରେ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହେଉଛି। ଯଥା ଅତଳ ସରା, କୁମାରୀ, ତିରଡ, କୁସାସିଙ୍ଗା, କୁଡ଼ା ସିଙ୍ଗା, ହରଭଙ୍ଗା ଡିଆଁଘାଟ, ଭେ ଜିଗୋରା, ସୁରୁଣ୍ଡି, ରାଉତ ପଡ଼ା, ପାଣି ଘରା, ସଦଲ ଗଣ୍ଡାଟ, ସାକୁସୀଙ୍ଗା, ଖଣ୍ଡି ଧର, ଧଳପୂର୍, ଉଆଁଲ, ରାମଗର୍ଡ, ପ୍ରଗଲ୍ ପୂର୍, ମଙ୍ଗଳ ପୁର, କରଡ଼ି, ହାଟ ଗାଁ କୃଷ୍ଣ ମୋହନ ପୁର ଆଦି ପଚାଶରୁ ଉର୍ଦ୍ଧ୍ବ ଗ୍ରାମ ମହାନଦୀ କୂଳରେ ଅବସ୍ଥିତ। ଫଳରେ ମହାନଦୀରେ ବନ୍ୟା ଜଳ ଆସି କୁଳ ଖାଇ ବନ୍ୟା ଜଳ ଗ୍ରାମ କୁ ପ୍ରବେଶ କରୁଛି ଫଳରେ ବ୍ୟାjପକ ଧନ ଜୀବନ କ୍ଷୟ କ୍ଷତି ଘଟୁଛି। ପ୍ରକାଶ ଥାଉକି 1982ମସିହାରେ ହୋଇଥିବା ଭୟଙ୍କର୍ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକେ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳ ଖି ପାରି ନାହାଁନ୍ତି।

ଏ ସମ୍ପର୍କରେ ବୌଦ୍ଧ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ନରେଶ ବାରିକ୍ ଙ୍କୁ ପଚାରିବାରୁ ସେ କହିଲେ ହରଭଙ୍ଗା, କୁଡାସିଙ୍ଗା ଗାଆଁ ମହାନଦୀ କୂଳରେ ନଦୀ ବନ୍ଧ ନିର୍ମାଣ ପାଇଁ ପାଞ୍ଚକୋଟି ଟଙ୍କା ବ୍ୟୟ କରାଯାଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଙ୍କ ଅନୁମୋଦନ ପାଇଁ ପଠା ଯାଇଚି,ଟେଣ୍ଡର ପ୍ରକ୍ରିୟା କରାଯାଇ ଚଳିତ ବର୍ଷ କାମ ଆରମ୍ଭ କରାଯିବ