କେସିଙ୍ଗା (ପ୍ରୀତୀଶ ପଟେଲ) ପ୍ରାଥମିକ ଶିକ୍ଷା ଆରମ୍ଭ ଅଙ୍ଗନୱାଡ଼ି ରୁ ହୋଇଥାଏ କିନ୍ତୁ ବର୍ତ୍ତମାନ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ର ସ୍ଥିତି ଶୋଚନୀୟ ଅବସ୍ଥା ରେ ରହିଛି ।କେସିଙ୍ଗା ଏନ୍ ଏ ସି ର ୧୨ଟି ୱାର୍ଡ ମଧ୍ୟରୁ ୱାର୍ଡ ନମ୍ୱର୍ ୧୦ ଓ ୱାର୍ଡ ନମ୍ବର ୨ ଯେଉଁ ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି ସେହି ଗୃହ ଗୁଡ଼ିକ ର ଅବସ୍ଥା ଶୋଚନୀୟ ରହିଛି ।ୱାର୍ଡ ନମ୍ୱର୍ ୧୦ ର ଅଙ୍ଗନୱାଡ଼ି କେନ୍ଦ୍ର ରେ ଅଧିକ ବର୍ଷା ହେଲେ ବନ୍ଦ କରାଯାଉଥିବା ସୂଚନା ରହିଛି ।

ଏହି ଅଙ୍ଗନୱାଡ଼ି କେନ୍ଦ୍ର ର ନିଜସ୍ଵ ଗୃହ ନ ଥିବା ବେଳେ ଗୋଷ୍ଠୀ କେନ୍ଦ୍ର ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ।ଏହି କେନ୍ଦ୍ର ର ଛାତ ରୁ କଂକ୍ରିଟ ଝଡୁଥିବାରୁ ,ଅଧିକ ବର୍ଷା ହେଲେ ଅଭିଭାବକ ମାନେ ନିଜ ଛୁଆଙ୍କୁ ଅଙ୍ଗନୱାଡ଼ି କୁ ପଠାନ୍ତି ନାହିଁ | ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଓ ତିନି ରୂ ଚାରି ଦିନ ବର୍ଷା ଲାଗିରହିବ |

ସେହିପରି ୱାର୍ଡ ନମ୍ୱର୍ ୨ ରେ ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ ହୋଇଥିବା ବେଳେ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି ।ବର୍ତ୍ତମାନ ବଗାଡ୍ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ର ଏକ ପରିତ୍ୟକ୍ତ ଗୃହ ରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର।କେସିଙ୍ଗା ଅଙ୍ଗନବାଡି ଅବସ୍ଥା ଏମିତି ରହିବ ନା ସରକାର କିଛି କରିବେ ତାହା ଦେଖିବାକୁ ବାକି ରହିଲା