ଭାଷା : ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାହକ

ଧର୍ମଗଡ଼ :୨୮/୦୭(ହେମନ୍ତ କୁମାର ମାଝୀ)ମାଟିଲଗ୍ନା ସାହିତ୍ୟ ସଂସଦର ଚତୁର୍ଥ ପ୍ରତିଷ୍ଠା ଦିବସ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ଉତ୍ସବରେ ସଂସଦର ପ୍ରତିଷ୍ଠାତା ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଭୁବନେଶ୍ୱର ପୁରୋହିତ, ଜିଲ୍ଲା ସଭାପତି ସମୀର ମହାପାତ୍ର, ଅଧ୍ୟାପିକା ବାସନ୍ତି ସାହୁ, ନାଟ୍ୟକାର କେଦାରନାଥ ପୁଝାରୀ, ନରସିଂହ ପ୍ରସାଦ ନାଏକ ପ୍ରମୁଖ ଯୋଗଦେଇଥିଲେ। ଜୟନ୍ତ ମହାଲିକ ସଂପାଦକୀୟ ବିବରଣୀ ପାଠ, ଗଣପତି ବାଗ ମଞ୍ଚ ପରିଚାଳନା ଓ ସଂଜୀବ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ଅଧିବେଶନରେ “ଉପାନ୍ତ ଅଞ୍ଚଳରେ ଭାଷା ସଂକଟ” ଶିର୍ଷକ ଆଲୋଚନା ଚକ୍ରରେ ସଂସଦର ଉପଦେଷ୍ଟା ଡ଼. କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ମିଶ୍ର ଓ ଆଲୋଚକ ଭାବେ ନିର୍ମଳ ଚନ୍ଦ୍ର ନାଏକ ଓ ବଙ୍କିମ ମୁଣ୍ଡ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ସା‌ହିତ୍ୟିକ ଧବଳେଶ୍ଵର ପାତ୍ର, ରାଜେଶ ମୁଣ୍ଡ, ଗୋବିନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଶୋଭାଗିନୀ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ମନୋରଞ୍ଜନ ଚାନ୍ଦ ମଞ୍ଚ ପରିଚାଳନା ଓ ମୋହନ କୁମାର ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ତୃତୀୟ ଅଧିବେଶନରେ ସୀମାଞ୍ଚଳ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥିଭାବେ ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପଟ୍ଟଯୋଷି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଜ୍ୟୋତିର୍ବିଦ ମନୋଜ ପଟ୍ଟନାୟକ, ପ୍ରମିଳା ପାଣି,ଡ.ଲକ୍ଷ୍ମୀ ଆମ୍ମା , ବରୁଣ କୁମାର ସାହୁ, ଲକ୍ଷ୍ମୀ ବଗର୍ତ୍ତୀ, ଜ୍ୟୋତିର୍ମୟୀ ରାଉତ ମଞ୍ଚାସୀନ ଥିଲେ। ଭଗବାନ ସିଂ ମାଝୀ ମଞ୍ଚ ପରିଚାଳନା, ରଶ୍ମୀ ପାତ୍ର,ମମତା ସୁଆର,ପ୍ରେମଲାଲ ଜଗତ କବିତା ସଂଯୋଜନା ଓ ନଳୀନି ପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପ୍ରତାପ କିଶୋର ମୁଣ୍ଡ, ଜିତୁ ନାଏକ,କାଲେଶ୍ଵର କାଣ୍ଡ, ଶ୍ୟାମସୁନ୍ଦର ଜାଳ, ପଦ୍ମାଳୟା ଦଣ୍ଡସେନା, ସଂଜିବ ମୁଣ୍ଡ, ରାଜେନ୍ଦ୍ର ଦୁରିଆ, ପ୍ରମୁଖ ପ୍ରତିଭା ସମ୍ମନ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ଵଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା ରେ ରାଜ୍ୟ ସଂଯୋଜକ ରାଜେନ୍ଦ୍ର ଦୁରିଆ, ଵିଶ୍ଵପତି ମୁଣ୍ଡ, କୃତିବାସ ନାଏକ, ଅଲିଭା ନାଏକ,ସୁମିତା ଲହଜଳ, ପ୍ରତିଭା ସୁନାନି, ଚିଙ୍କି ସାଗର, ଚୂଡାମଣି ମାଝୀ, ଶୋଭା ମେହେର, ଦୀପକ ବୋଡେକ, ନୀହାର ଚଣ୍ଡୀ, ପ୍ରବୀଣ ବଣିଆ,ନିଲାମ୍ବର ଗୋପାଳ ପ୍ରମୁଖ ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଳ୍ଲାର ଶତାଧିକ କଵି କବିତା ପାଠ କରିବା ସହିତ, ମାଟି ଲଗ୍ନା ସାହିତ୍ୟ ସମର୍ଥର କର୍ମକର୍ତ୍ତା ସାହିତ୍ୟ ନୁ ରାଗୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ।