ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ରେ ଗତ ରାତି ରୁ ପ୍ରବଳ ବର୍ଷ ହେବା ଫଳରେ ବୁଡିଲା ମନ୍ଦିର l ଜିଲ୍ଲାର ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ମାଁ ମେଟାକାନି ମନ୍ଦିର ର ଗମ୍ଭିରା ଭିତରେ ପାଣି ପଶି ଯାଇଛି l ଫଳରେ ମାଁ ଙ୍କ ମୂର୍ତ୍ତି ମଧ୍ୟ ବୁଡି ଯାଇଛି l ମନ୍ଦିର ବେଢ଼ା ସହିତ ଭିତରେ ମଧ୍ୟ ପାଣି ଥିବାରୁ ପୂଜାର୍ଚ୍ଚନା ମଧ୍ୟ ହୋଇ ପାରି ନାହିଁ l
ମାଁ ମେଟାକାନି ପ୍ରସିଦ୍ଧ ଦେବୀ ପୀଠ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି l ଲଗାଣ ବର୍ଷା ରେ ମନ୍ଦିର ଚତୁର୍ପାଶ୍ୱ ପାଣି ଘେର ରେ ରହିଥିବାରୁ ଭକ୍ତ ମାନେ ମାଁ ଙ୍କ ଦର୍ଶନ ନକରି ନିରାଶ ରେ ଫେରୁଥିବା ଦେଖାଯାଇଛି l