
ହରଭଙ୍ଗା ୯/୮ (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଚାରିଛକ କାର୍ଗିଲ ସାହିର ଏକ ଯୁବକ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ କାର୍ଗିଲ ସାହି ର ବାପି ବେହେରା (୪୦ )ନାମକ ଏକ ଯୁବକ ଗୁରୁବାର ସକାଳୁ ନିଜ ଘରେ କୂଅ ରେ ଲାଗିଥିବା ପାଣି ମୋଟର ସାହାଯ୍ୟ ରେ ଗାଧୋଇ ସାରି, ମୋଟର ବନ୍ଦ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶ ଆସିଥିଲେ।
ଫଳରେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଗଲେ। ପରିବାର ଲୋକ ସାଙ୍ଗେ ସାଙ୍ଗେ ବାପି କୁ ନିକଟସ୍ଥ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁରୁଣାକଟକ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ବ୍ୟବଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠେଇଥିବା ଜଣା ପଡ଼ିଛି। ବାପି ବେହେରା ଜଣେ ଗରିବ ଶ୍ରେଣୀ ର ଲୋକ ଏବଂ ବିବାହିତ। ତାଙ୍କର ଦୁଇ ଗୋଟି ପୁଅ ଏବଂ ଗୋଟିଏ ଝିଅ। ପରିବାର ଲୋକ ତାଙ୍କ ମୃତ୍ୟୁ କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି। ବର୍ତମାନ ବାପି ବେହେରା ଙ୍କ ପରିବାର ସମ୍ପୂର୍ଣ ବେସାହାରା। ତେଣୁ ଉକ୍ତ ପରିବାର କୁ କିଛି ସରକାରୀ ସହାୟତା ଯୋଗେଇଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।