କାଶୀପୁର(ଅଞ୍ଜନ କୁମାର ନାଏକ)ବହୁ ପ୍ରତୀକ୍ଷା ପରେ ଆଜି କାଶୀପୁର ବ୍ଲକ ବାସିନ୍ଦାଙ୍କ ଏକ ବିରାଟ ସ୍ବପ୍ନ ସାକାର ହେଇଛି। କାଶୀପୁର ବ୍ଲକ ର ଶିକ୍ଷିତ ଯୁବକ ଜବତୀ ଏବଂ ଅନେକ ସରକାରୀ ବେସରକାରୀ ଓ ବିଭିନ୍ନ ରାଜନୀତି ମହଲ,ବୁଦ୍ଧିଜୀବୀ ମହଲରୁ କାଶୀପୁର ଠାରେ ଏକ ଡିଗ୍ରୀ କଲେଜ ତଥା ମହାବିଦ୍ୟାଳୟ ର ସ୍ଥାପନା ପାଇଁ ପାଖାପାଖି ୨୫ବର୍ଷ ର ଅହରହ ସଂଘର୍ଷ ପରେ ଆଜି ୯ ଅଗଷ୍ଟ ୨୦୨୪ ରିଖ ରେ ଚଳିତ ରାଜ୍ୟ ସରକାର ବିଧିବଦ୍ଧ ଭାବେ ମହର ଲଗାଇଛନ୍ତି।

ମୁଖ୍ୟତଃ କାଶୀପୁର ଭୌଗଳିକ ମାନଚିତ୍ର ରେ ସମଗ୍ର ଓଡିଶା ରେ ବିରାଟବ୍ଲକ ଭାବେ ଚତୁର୍ଥ ସ୍ଥାନର ମାନ୍ୟତା ପାଇଛି । ଏଠାରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଅନୁସୂଚିତ ଜାତୀ ଜନବହୁଳ ବସତି। ଆଜିପଯ୍ୟନ୍ତ ଉପାନ୍ତ ଅଞ୍ଚରେ ଶିକ୍ଷାର ମାନ ସୁଧୁରି ପାରିନାହିଁ। କାଶୀପୁର ବ୍ଲକ ସମଗ୍ର ଦେଶରେ ଏକ ଖଣି ଖାଦାନ ପୂର୍ଣ୍ଣ ବ୍ଲକର ମାନ୍ୟତା ପାଇଥିବା ସତ୍ୱେ ଏଠାରେ କଳକାରଖାନା ଉଦ୍ୟଗ ମାନ ଗଢି ଉଠିଛି ଏବଂ ନିକଟ ଭବିଷ୍ୟତ ରେ ଏହିପରି ଅନେକ କାରଖାନା ସ୍ଥାପନା ହେବାର ସବୁଜ ସଂକେତ ହୋଇଅଛି କିନ୍ତୁ ଏଠାକାର ଶିକ୍ଷା ଆଜି ଅନେକାଂଶ ରେ ନିମ୍ନ ରେ ଅଛି ତଥାପି ଲୋକେ ରାଜ୍ୟ ବାହାରକୁ ଦାଦନ ଖଟି ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ ପିଲାଙ୍କ ଭବିଷ୍ୟତ ଓ ପାଠପଢା ପାଇଁ ସଂଘର୍ଷ ଜାରି ରଖିଛନ୍ତି।

ବିଗତ କିଛି ବର୍ଷ ହେବ ବିଦ୍ୟାର୍ଥୀ ମାନେ +୨ଉତୀର୍ଣ୍ଣ ପରେ + ୩ ଅଧ୍ୟାୟନରୁ ବଞ୍ଚିତ ହେଉଥିଲେ।ତାହା ଆର୍ଥିକ ଅନାଟନ ହେଉ କିମ୍ବା ଗମନାଗମନ ବା ଅନ୍ୟତ୍ର ଅଧ୍ୟାୟନ ରେ ଅକ୍ଷମତା ହେତୁ ପାଠପଢା ବନ୍ଦକରି ଭବିଷ୍ୟତକୁ ଅନ୍ଧକାରରେ ଠେଲି ଦେବାକୁ ବାଧ୍ୟ ହେଉ ଥିଲେ। ଅନେକ ବର୍ଷର ସଂଘର୍ଷ ପରେ ଆଜି କାଶୀପୁର ଠାରେ ଡିଗ୍ରୀ କଲେଜ ସ୍ଥାପନା ର ମଞ୍ଜୁରୀ ମିଳିଥିବା ହେତୁ ଅନେକଙ୍କ ମୁହଁରେ ଏକ ଖୁସିର ଲହରୀ ଖେଳି ଯାଇଛି।

ଆଜି ରାଜ୍ୟ ର ୧୪ ଟି ଜିଲାରେ ରାଜ୍ୟ ଉଛ ଶିକ୍ଷା ବିଭାଗ ତରଫରୁ ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଶୁଭ ଉଦ୍ଘାଟନ ହୋଇ ଅଛି। ଏହି ଅବସରରେ ଆଜି କାଶୀପୁର ବ୍ଲକ କାର୍ଯ୍ୟାଳୟ ଠାରେ ଭିଡ଼ିଓ କନଫୋରେନ୍ସ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ଓଡିଶା ଭାଷା,ସାହିତ୍ୟ ଓ ସଂସ୍କୃତି ଙ୍କ ଦ୍ୱାରା ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ର ଶୁଭ ଉଦ୍ଘାଟନ କରାଯାଇଛି। ଉକ୍ତ ଭିସି ଜରିଆ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ଅଧିକାରୀ ଶ୍ରୀ ଅମୃତ ରାଉଳ,କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନ,କାଶୀପୁର ମହାବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ ମହେଶ୍ୱର କିଶାନ ଓ +୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।