
ଧର୍ମଗଡ଼ ତା ୧୨/୮/୨୪ ଧର୍ମଗଡ଼ ଏନ୍ ଏ ସି ଅଞ୍ଚଳ ପରିଷଦ ର ନିର୍ମିତ ମଳ ଉପଚାର କେନ୍ଦ୍ର କୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି ଉଦଘାଟିତ କରିଛନ୍ତି। ୨କୋଟି ୮୬ ଲକ୍ଷ ଵ୍ୟୟ ର ଉକ୍ତ ମଳ ଉପଚାର କେନ୍ଦ୍ର ନିର୍ମିତ ହୋଇଛି। ଦୈନିକ ୧୦ ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଳାଷ୍ଟ ରେ ସଂଗୃହିତ ମଳ କୁ ତୁରନ୍ତ କମ୍ପେଷ୍ଟ ରେ ପରିଵର୍ତନ କରିବା ପାଇଁ ସ୍ଵତନ୍ତ୍ର ମୋସିନ ସ୍ଥାପନ କରାଯାଇଛି।
ଏହା ଦ୍ଵାରା ପରିଵେଷ ପରିଷ୍କାର ରହିବା ସହ ଏନ୍ ଏ ସି ର ଚାଷ ଜମି ରେ ଏହାକୁ ପ୍ରୟୋଗ କରାଯାଇ ଅଧିକ ଉତ୍ପାଦନ କ୍ଷମ କରାଯାଇପାରିବ ଏହି ଅବସରରେ ବିଧାୟକ ଶ୍ରୀ ପାଟଯୋଶୀ ମଳ ଉପଚାର କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନଗର ପାଲ ଅଶୋକ ମହାନ୍ତି, ଉପଧକ୍ଷା ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ବେହେରା, ବୈଷୟିକ ସହାୟତା ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗ ର ପ୍ରଜ୍ଞା ନାୟକ, ଓମ୍ ପ୍ରକାଶ ରଥ, କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ,ସାନିଟେସନ ଏକ୍ସପଟ ଅଭିନନ୍ଦନ ପ୍ରଧାନ, ସମେତ ଧର୍ମଗଡ଼ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ