ହରଭଙ୍ଗା (ଚିତ୍ତରଞ୍ଜନ ସିଂ). ଜସ୍ୱଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ “ହର ଘର ତ୍ରିରଙ୍ଗା” ଅଭିଯାନ ସାରା ଦେଶରେ ଚାଲୁ ରହିଛି l ଚଳିତ ବର୍ଷ 78ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ତ୍ରିରଙ୍ଗା ସମ୍ମାନାର୍ଥେ ହରଭଙ୍ଗା ବ୍ଲକ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ପଦଯାତ୍ରା ହାତରେ ତ୍ରିରଙ୍ଗା ପତାକା ଧରି ବ୍ଲକ ଅଧ୍ୟକ୍ଷl ସ୍ନେହଲତା ପ୍ରଧାନ ସବୁଜ ପତାକା ଉଡାଇ ଶୁଭାରମ୍ଭ କରିଥିଲେ l

ଏହି ପଦଯାତ୍ରା ତହସିଲ କାର୍ଯ୍ୟାଳୟ ଠାରୁ ଜାତୀୟ ରାଜପଥ ରେ ବ୍ଲକ କାର୍ଯ୍ୟାଳୟ କୁ ହର ଘର ତ୍ରିରଙ୍ଗା, ବନ୍ଦେ ମାତାରାମ, ଭାରତ ମାତାକି ଜୟ ଆଦି ନାରା ଦେଇ ପହଂଚି ଥିଲା l ଏହି ପଦଯାତ୍ରା ରେ ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠି, ତହସିଲଦାର ବିଭୁ ପ୍ରସାଦ ସିଂ, ବ୍ଲକ ସ୍ତରୀୟ ସମସ୍ତ ବିଭାଗ କର୍ମଚାରୀ,ମିଶନ ଶକ୍ତି,ସ୍ଥାନୀୟ ବିଭିନ୍ନ ସଂଗଠନ, ସ୍କୁଲ ଛାତ୍ରଛାତ୍ରୀ ସାମିଲ ରହିଥିଲେ l ସେହିପରି ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ 2 ମହାବିଦ୍ୟାଳୟ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମିଳିତ ଭାବେ ମହାବିଦ୍ୟାଳୟ ରୁ ବାହାରି ହାତରେ ଜାତୀୟ ତ୍ରିରଙ୍ଗା ପତାକା ଧରି ପୁରୁଣାକଟକ ବଜାର ଦେଇ ଭୈରବୀ ମନ୍ଦିର ଠାରୁ ବିଭିନ୍ନ ନାରା ଦେଇ ପ୍ରତ୍ୟାବର୍ତନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ, ରାଜ୍ୟ ଓ.ବି.ସୀ ମୋର୍ଚ୍ଚା ସଭାପତି ସୁବାସ ପ୍ରଧାନ, 8ନଂ ଜୋନ ବିଜେପି ମଣ୍ଡଳ ସଭାପତି ବାମନ ବାରିକ ଙ୍କ ସମେତ ମହାବିଦ୍ୟାଳୟ ର ଅନ୍ୟ କର୍ମ କର୍ତ୍ତା ସାମିଲ ଥିଲେ l