ମୁନିଗୁଡା;୧୫।୮ (ରମାକାନ୍ତ ପୋଡାଳ )ସାରା ଦେଶ ଆଜି ୭୮ତମ ସ୍ଵାଧୀନତା ଦିବସ ଧୁମ ଧାମରେ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା,ଅମ୍ବାଦଳା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ପଞ୍ଚାୟତ ସମିତି, ତହସିଲ, ଗ୍ରାମପଞ୍ଚାୟତ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁନିଗୁଡା ଓ ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟ ଓ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିବା ବେଳେ ଅମ୍ବାଦଳା ଅଞ୍ଚଳର ଆମ୍ବଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାମନ ମୃତ୍ତି ରାଓ ଜାତିୟ ପତାକା ଉତୋଳନ କରିଥିବା ବେଳେ ସାମନ୍ତ ମହା ବିଦ୍ୟାଳୟରେ ଅଧ୍ୟକ୍ଷ କବିରାଜ ପ୍ରଧାନଓ ସାମନ୍ତ ମହା ବିଦ୍ୟାଳୟର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ସାମନ୍ତ ପତାକା ଉତ୍ତୋଳନ କରିଥିଲେ।ମୁନିଗୁଡା ରେଞ୍ଜ ଓ ଅମ୍ବାଦଳା ବନବିଭାଗ କାର୍ଯ୍ୟାଳୟ ରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି।

ସେହିପରି ଇନ୍ଦିରାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଆମ୍ବାଦଳା ସରକାରୀ ପ୍ରାଥମିକ ଚିକିତ୍ସାଳୟ, ଅମ୍ବାଦଳା ପ୍ରାଥମିକ ସେବାଶ୍ରମ, ବାଲିଯୋଡି ସେବାଶ୍ରମ, ସମବାୟ ସମିତି,ଅମ୍ବାଦଳା ଆରଡି କାର୍ଯ୍ୟାଳୟ, ଅମ୍ବାଦଳା ପିଡବ୍ଲୁ କାର୍ଯ୍ୟାଳୟ,ରାଣିପିଣ୍ଡା ଉଚ୍ଚ ବିଦ୍ୟାଳୟ, ଅମ୍ବାଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଆଶ୍ରମ,ରଘୁବାରୀ, ଟିକରପଡା, ଡିମିରିଗୁଡ଼ା, ଇଚ୍ଛାପୁର, ବେରୁଗୁଡା, ବରଗୁଡ଼ା, କାଞ୍ଚନ ଭଟା, ଇନ୍ଦିରା ପଡ଼ା , ବାଘଡ଼ଙ୍ଗରି, ଯୋଶୀ ପ୍ରାଥମିକ ବିଦ୍ୟାଳୟର ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ଅମ୍ବଦଳା ନେତାଜୀ ୟୁଥ କ୍ଳବ୍, ଛତ୍ରପତି ଶିବାଜି କ୍ଳବ୍, ଇନ୍ଦିରାପଡ଼ା ଆମ୍ବେଦକର ୟୁଥ କ୍ଳବ୍, ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଳବ୍, ଅମ୍ୱାଦଳା ଓଡ଼ିଶା ଡ୍ରାଇଭର ମହାସଂଘ ଆମ୍ବଦଳା ପଞ୍ଚାୟତ, ଆମ୍ଲାଭଟା ପଞ୍ଚାୟତ, ରାଣୀପିଣ୍ଡା, ଇଚ୍ଛାପୁର, ରଘୁବାରୀ, ଡିମିରିଗୁଡ଼ା, ଲକ୍ଷ୍ମୀପୁର, ସରଧାପୂର୍, ଶିବପଦର୍ ପ୍ରମୁଖ ପଞ୍ଚାୟତ ମାନଙ୍କରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଧୁମ୍ ଧାମରେ ପାଳିତ ହୋଇଯାଇଛି

ଏହି ସ୍ଵାଧୀନତା ଦିବସ। ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଆମ୍ବାଦଳା ଓ ଅମ୍ବାଦଳା ବିଜେପି ପକ୍ଷରୁ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳନ ହୋଇଯାଉଛି । ଅମ୍ୱାଦଳା ଲାଇଫ ଲାଇନ ହସ୍ପିଟାଲ ପରିଚାଳକ ସଂଯୁକ୍ତା ସାହୁଙ୍କ ଆୟୋଜକରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅମ୍ବାଦଳା ଥାନା ଆଇଆଇସି କଲ୍ପନା ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସ୍ଵାଧୀନତା ଦିବସ ଅବସରରେ ସମସ୍ତ ଜନସାଧାରଣଙ୍କୁ ଲୋକଙ୍କ ଅଧିକାର ବିଷୟରେ ଅବଗତ କରାଇଥିଲେ।ସେହିପରି ଡିମିରିଗୁଡା ସିଆରପିଏଫ ବାଟାଲିୟନ କ୍ୟାମ୍ପ ରେ ସ୍ଵାଧୀନତା ଦିବସ ଧୁମ ଧାମରେ ପାଳିତ ହୋଇଥିବା ବେଳେ ବାଟାଲିୟନ କମ୍ପାନୀ କମାଇଣ୍ଡର ରାମକେସ ମିନା ପତାକା ଉତ୍ତୋଳନ କରିଥିଲେ।