ବୌଦ୍ଧ – ପବିତ୍ର ପୁତ୍ରଦା ଏକାଦଶୀ ଓ ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଓ ତାଙ୍କ ଧର୍ମପତ୍ନୀ ବାଲିଗୁଡା ଉପ ଜିଲ୍ଲାପାଳ ଡ଼ ରିନା ପ୍ରଧାନ, ବିପ୍ର ଚରଣ ମହାନ୍ତି ଯୋଗଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଘର ସଭାପତି ଗରିବ ମିଶ୍ର, ସମ୍ପାଦକ ହରିବନ୍ଧୁ ଶତପଥି ଉପସ୍ଥିତ ରହିଥିଲେ l
ଏହି ଅବସରରେ ଭଜନ ସମାରୋହ ଓ କୀର୍ତ୍ତନ ପରିବେଷଣ ହୋଇଥିଲା l ପୂଜକ ମିନୁପ୍ରସାଦ ମିଶ୍ର, ସୂର୍ଯ୍ୟେନ୍ଦ୍ର କୁମାର୍ ଶତପଥି, ଦେବାଶିଷ ପୁରୋହିତ ପରିଚାଳନା କରିଥିଲେ l ଅନ୍ଧାର ପରିବେଶରେ ଆଳତି ହେଉଥିବାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦୁଃଖ ପ୍ରକାଶ କରିଥିଲେ l ଏନ୍. ଏ.ସି. ତରଫରୁ ତୁରନ୍ତ ଲଗାଯିବା ବୋଲି ପ୍ରକାଶ କରିଥିଲେ l ମହାନଦୀ ଆଳତି ଘାଟର ବିକାଶ ପାଇଁ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ l ଆଜିର କାର୍ଯ୍ୟକ୍ରମରେ ବୌଦ୍ଧ ସହରର ବିଭିନ୍ନ ବର୍ଗର ଶତାଧିକ ଭକ୍ତ ଯୋଗ ଦେଇଥିଲେ l