ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଲିକପଡା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଏକ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ସଭାପତି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଗତ ନିର୍ବାଚନର ପରାଜିତ ପରେ ଦୋଷ ତ୍ରୁଟିକୁ ସଜାଡି ପୁଣିଥରେ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ନିର୍ଦେଶକୁ ମାନି ଲୋକଙ୍କ ସହିତ ମିଶି ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l
ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ପୂର୍ବତନ ସରପଞ୍ଚ ସଞ୍ଜୟ ଦେହୁରୀ, ସରପଞ୍ଚଙ୍କ ପ୍ରତିନିଧି ସହଦେଵ ବାଘ,ଗୋପାଳ ଭୋକ୍ତା ଅମର ପ୍ରଧାନ ଶୈଳେନ୍ଦ୍ର ସାହୁ ଅର୍ଜୁନ ସାହୁ, ଜୟନ୍ତ ଦେହୁରୀ ସୁଧୀର ସାମଲ ପବିତ୍ର ବେହେରା ଘାସିରାମ ରଣା ପ୍ରକାଶ ରଣା ସନ୍ତୋଷ ସାହୁ ସନ୍ତୋଷ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟର ଡବଲ ଇଞ୍ଜିନ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇଛି ସରକାର ଆସିବାର ପ୍ରଥମ ମାସରେ ପ୍ରାୟ 44ହଜାର କୋଟି ଋଣ କରିଥିଲେ ସୁଦ୍ଧା ବାର୍ଦ୍ଧକ୍ୟ ବିକଳାଙ୍ଗ ଭତ୍ତା ତିନିହଜାର ଟଙ୍କା ପ୍ରଦାନ ଓ ମହିଳାଙ୍କୁ ମାସିକ ତିନି ହଜାର ଟଙ୍କା ପ୍ରୋତ୍ସାହନ ରାଶି ତିନିଶହ ୟୁନିଟ ମାଗଣା ବିଜୁଳି ପ୍ରଦାନ ଦାଦନ ସମସ୍ୟା ଆଦି ରୋକିବାରେ ବିଫଳ ହୋଇଛି l
ବିଜେପିର ପ୍ରତିଶୃତି ପାଣିର ଗାର ପାଲଟିଛି l ଦରଦାମ ନିୟନ୍ତ୍ରଣରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ଏହାରି ପ୍ରତିବାଦରେ ବୃଦ୍ଧା ଭିନ୍ନକ୍ଷମ ବିଧବା ବ୍ୟକ୍ତିଙ୍କୁ ନ୍ୟାୟ ଦେବାପାଇଁ ଆଗାମୀ 23ତାରିଖ ପଞ୍ଚାୟତ ସ୍ତରୀୟ ଜଣଜାଗରଣ ସମାବେଶ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ସାହୁ ଗଦାଧର ସାହୁ ପଞ୍ଚାନନ ଯାନୀ ଅକ୍ରୁର ପ୍ରଧାନ ପ୍ରମୁଖ ଆଜିର ପ୍ରସ୍ତୁତି ବୈଠକରେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ l