
ବିଧାନସଭା ରେ ଉଠିବ ମୁନିଗୁଡା ସମସ୍ୟା, ବିଷମକଟକ ବିଧାୟକ
ମୁନିଗୁଡା ୧୯।୮ପ୍ରଶାସନିକ ଅବହେଳା, ଦୂର ଦୃଷ୍ଟି ତଥା ଆନ୍ତରିକତା ର ଅଭାବ ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ ବ୍ୟବସ୍ଥା, ଯୋଗୁଁ ମୁନିଗୁଡା ଅଞ୍ଚଳ ରେ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବା ମୁଖ୍ୟ କାରଣ ହୋଇଥିବା ଅଞ୍ଚଳ ବାସି ଅଭିଯୋଗ କରୁଥିବା ମଧ୍ୟରେ ଚାଷ ଜମି ରେ ଜନବସତି, ସଂକୁଚିତ ଓ ଦୂଷିତ ସକଟା କେନାଲ ର ଜଳ ମୁନିଗୁଡା ଅଞ୍ଚଳ ପାଇଁ ନୂତନ ଭାବେ ସ୍କ୍ରଵ ଟାଇଫସ ରୋଗ ବ୍ୟାପିବାର କାରଣ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି I ଡେଙ୍ଗୁ ଓ ମ୍ୟାଲେରିଆ ଜନିତ ରୋଗ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚି଼ହ୍ନଟ ହୋଇ ଯାଉଥିବା ବେଳେ ସ୍କ୍ରଵ ଟାଇଫସ ରୋଗ ଚି଼ହ୍ନଟ ସମ୍ଭବପର ହୋଇ ପାରୁନାହିଁ I ଏଥିରେ ପୀଡିତ ହେଉଥିବା ରୋଗୀ ମାନେ ଅନ୍ୟତ୍ର ଚିକିତ୍ସିତ ହେଉଥିବା ହେତୁ ମୃତ୍ୟୁ କିମ୍ବା ଚିକିତ୍ସିତ ରିପୋର୍ଟ ଜିଲ୍ଲା କିମ୍ବା ରାଜ୍ୟ ସ୍ତର ରେ ପ୍ରକାଶ ପାଉ ନଥିବା ହେତୁ ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ଗମ୍ଭୀର ନ ଥିବା ଅଭିଯୋଗ ହେଉଛି I
ନିକଟରେ ମୁନିଗୁଡା ସ୍ଥିତ ପାଇକ ସାହି ଏକ ପରିବାର ର ଚାରି ଜଣ ସ୍କ୍ରଵ ଟାଇଫସ ରେ ପୀଡିତ ଥିବା ପୁଷ୍ଟି ହୋଇଥିଲା କ୍ରମଶଃ ସେଥିରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଛୋଟ ଶିଶୁ ଏହି ରୋଗ ରେ ଚିକିତ୍ସାଧିନ ଥିବା ପରିବାର ପକ୍ଷରୁ ଜଣାପଡିଛି I ସ୍ଥିତି ର ଗମ୍ଭୀରତା ଦୃଷ୍ଟି ରୁ ବିଧାୟକ ନୀଳ ମାଧବ ହିକକା ଅଞ୍ଚଳ ପରିଦର୍ଶନ କରିବା ସହ ସନ୍ତପ୍ତ ପରିବାର କୁ ଭେଟି ଥିଲେ I ଏହାର ସ୍ଥାୟୀ ସମାଧାନ ପାଇଁ ବିଧାୟକ ନୂତନ ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କୁ ୧୬ ତାରିଖ ରେ ପତ୍ର ଯୋଗେ ନିବେଦନ କରିଥିଲେ I ଯାହା ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଏକ ଡାକ୍ତରୀ ଦଳ ଅଞ୍ଚଳ ପରିଦର୍ଶନ କରିଥିଲେ I ଯାହାପରେ ଉକ୍ତ ଅଞ୍ଚଳ ବିଶେଷ ରୁ ବାଲାଜୀ ବେହରା (୬୦), ବାସନ୍ତୀ ବେହରା(୬୦),ଅଞ୍ଜନା ବେହେରା(୪୨), ଶଶୀରେଖା ବେହେରା(୫୦),ଶୁଭଶ୍ରୀ ବେହେରା(୫୦),ପ୍ରତିମା ବେହେରା(୫୦) ସ୍କ୍ରଵ ଟାଇଫସ ରେ ପୀଡିତ ଥିବା ବିଷୟ ସାମ୍ନା କୁ ଆସିବା ପରେ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି I
ଯାହା ସ୍ଥାନୀୟ ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି I ପୀଡିତ ପରିବାର ସହ ଅନେକ ଜନବସତି ଚାଷ ଜମି ରେ ଘର ତୋଳି ରହିଛନ୍ତି I ଉକ୍ତ ଜମି ବିକ୍ରି କରିଥିବା ବ୍ୟକ୍ତି ବିଶେଷ ପ୍ଲଟ ପାଇଁ ଆବଶ୍ୟକ ରାସ୍ତା, ଡ୍ରେନେଜ ବ୍ୟବସ୍ଥା କିଛି କରି ନଥିବା ହେତୁ ବର୍ଷ ତମାମ ଦୂଷିତ ପାଣି ଜମି ରହୁଛି I ପ୍ରତି ବର୍ଷ ବର୍ଷା ଋତୁ ର ଆଗମନ ରେ ବର୍ଷା ଜଳ ଏହି ଦୂଷିତ ଜଳ ସହ ମିଶି ତାର କରାଳ ରୂପ ଦେଖାଉଛି I ବସ୍ତି ମଧ୍ୟ ଦେଇ ପ୍ରବାହିତ ହେଉଥିବା ସକଟା କେନାଲ ର ଦୂଷିତ ଜଳ ମଧ୍ୟ ଏହାର ପ୍ରଧାନ କାରଣ ହୋଇଥିବା ସାଧାରଣ ରେ ଅଭିଯୋଗ ହୋଇଛି I ଏଥି ପୂର୍ବରୁ ଗତ ବର୍ଷ ସୁଦର୍ଶନ ସାହୁ (୨୯), ନମ୍ରତା ବେହେରା(୧୪) ଏହି ଭାୟାବହ ରୋଗ ର ଶିକାର ହୋଇ ଚିକିତ୍ସିତ ହୋଇଥିବା ସୂଚନା ରହିଛି I ମୁନିଗୁଡା ସ୍ଥିତ ଟିକରପଡା ରେ ମଧ୍ୟ ଡେଙ୍ଗୁ ଓ ମ୍ୟାଲେରିଆ ଜନିତ ସ୍ଥିତ ସମାନ I କିଛି ଦିନ ପୂର୍ବେ ଡ଼ିମିରିଗୁଡା ଠାରେ ମଧ୍ୟ କିଛି ଲୋକ ଆମ୍ବୁଲାନ୍ସ ଅଭାବରୁ ଚିକିତ୍ସା ପାଇଁ ବିଳମ୍ବ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା I ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ଡାକ୍ତର, ବିଶେଷଜ୍ଞ ଙ୍କ ଅଭାବ ଏବଂ ଅନ୍ୟ କାରଣ ଗୁଡିକ ଯୋଗୁଁ ଏଠାରେ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ ଥିବା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ପ୍ରକାଶ କରିଛନ୍ତି I
ତେବେ ମୁନିଗୁଡା ଅଞ୍ଚଳ ର ସ୍ୱାସ୍ଥ୍ୟଗତ ସମସ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ବିଧାନସଭା ରେ ଦାବି ଉପସ୍ଥାପନ କରିବେ ବୋଲି ବିଷମକଟକ ବିଧାୟକ ନୀଳମାଧବ ହିକକା ସ୍ପଷ୍ଟ କରିଛନ୍ତି I ଏଥି ସହ ସ୍କ୍ରଵ ଟାଇଫସ ଭଳି ରୋଗ ରେ ଲୋକେ ପ୍ରାଣ ହରାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରବ ଥିବା ଦୁର୍ଭାଗ୍ୟ ଜନକ ବୋଲି ସେ ପ୍ରକାଶ କରିଛନ୍ତି I ସମସ୍ୟାର ର ଗମ୍ଭୀରତା ଦୃଷ୍ଟି ରୁ ସେ ଏଠାକୁ ଗସ୍ତ କରନ୍ତୁ ବୋଲି ଶ୍ରୀ ହିକକା ପ୍ରକାଶ କରିଛନ୍ତି I ଏହି ସବୁ ମଧ୍ୟରେ ଚାଷ ଜମି ରେ ଜନବସତି ପାଇଁ ପ୍ଲଟ ବିକ୍ରି ଅନୁମତି କିଏ ଓ କିଭଳି ଦେଲେ, ପ୍ରତି ବର୍ଷ ବର୍ଷା ଋତୁରେ ଏଠାରେ କାହିଁକି ସ୍ୱାସ୍ଥ୍ୟ ଶିବିର ଖୋଲା ଯାଉନି, ଲୋକଙ୍କୁ କାହିଁକ ସଚେତନ କରାଯାଉନି, ଏ ସଂକ୍ରାନ୍ତ ରେ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ଏକ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମୁନିଗୁଡା ବିକାଶ ପରିଷଦ ର ସମ୍ପାଦକ ମାନସ ରଞ୍ଜନ ବେହେରା ଦାବି କରିଛନ୍ତି I