ମୁନିଗୁଡା୨୦।୮ (ରମାକାନ୍ତ ପୋଡାଲ )ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଲାଭଟା ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୁରୁକା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମୁନିଗୁଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ଓ ମୁନିଗୁଡା ତହସିଲଦାର ଏମ.ଅନୁରାଧା ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିଥିଲେ।

ଉକ୍ତ ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିବା ବେଳେ ଆଜି ମୋଟ ୫୨ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୪୨ଟି ବ୍ୟକ୍ତିଗତ ଥିବାବେଳେ ୧୦ ଗୋଟି ଗ୍ରାମବାସୀଙ୍କ ସାମୁହିକ ଅଭିଯୋଗ ରହିଥିଲା। ବିଶେଷ କରି ଆବାସ ଯୋଜନାରେ ଘର , ଭତ୍ତା , ପାନୀୟ ଜଳ ସମସ୍ୟା , ଡ୍ରେନ ପରିମଳ ବ୍ୟବସ୍ଥା, ରାସ୍ତା ନିର୍ମାଣ,ସରକାରୀ ଜାଗାରେ ନୂତନ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଅଭିଯୋଗ ହୋଇଥଲା।

ଏହି ଶିବିରରେ ଶିକ୍ଷା,ସ୍ଵାସ୍ଥ୍ୟ, କୃଷି, ଜଙ୍ଗଲ, ଉନ୍ନୟନ, ସାମାଜିକ ସୁରକ୍ଷା,ପାନୀୟ ଓ ପରିମଳ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ତନ୍ତୀ ଓ ତହସିଲଦାର ଶ୍ରୀମତି ଅନୁରାଧା ଅଭିଯୋଗ ଗୁଡ଼ିକ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସାଲା ପାଇଁ ନିର୍ଦ୍ଦେଶ ଦେଇଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ସୁନା ଓ ଆମ୍ଲାଭଟା ପଞ୍ଚାୟତ ସରପଞ୍ଚ ଗୁରୁବାରି ଭୋଇ ପରିଚାଳନା କରିଥିବା ବେଳେ ନ୍ୟାବ ସରପଞ୍ଚ ସୁବାସ ମାଝି ଧନ୍ୟବାଦ୍ ଅର୍ପଣ କରିଥିଲେ।