ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବାର ଘଣ୍ଟିଆ ଭାରତ ବନ୍ଦ ପ୍ରଭାବ ବୌଦ୍ଧ ଜିଲ୍ଲାରେ ଆଜି ଦେଖିବାକୁ ମିଳିଛି । ଅଖିଳ ଭାରତୀୟ ଏସସି/ଏସଟି ସମନ୍ୱୟ ସମିତି ବୌଦ୍ଧ ଶାଖା ଓ ଅନ୍ୟ ସଂଗଠନ ପକ୍ଷରୁ 12ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛି ବୌଦ୍ଧ ଜିଲ୍ଲା । ଏସସି/ଏସଟି ସମନ୍ୱୟ କମିଟିର କର୍ମକର୍ତା ଓ ବିଭିନ୍ନ ସଂଗଠନ ମାନେ ବିଭିନ୍ନ କାର୍ଯ୍ୟାଳୟ ବୁଲି ବନ୍ଦ କରିବା ସହ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରିଛନ୍ତି । ବହୁ ସ୍ଥାନରେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି ।

ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥରେ ଗାଡି ଯାତାୟାତ ଏକ ପ୍ରକାର ଠପ ରହିଛି l ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକ ର ଚାରିଛକ ଠାରେ ଭୋର 6ଘଣ୍ଟା ସମୟରେ ବନ୍ଦ ଡାକରାରେ ସମସ୍ତ ସଂଗଠନ ବ୍ୟବସାୟିକ ସଂଘ ସାମିଲ ରହି ଏହି ଭାରତ ବନ୍ଦ ଡାକରାରେ ସାମିଲ ଥିଲେ l ଫଳରେ ଜରୁରୀ କାଳୀନ ସେବା କୁ ବାଦ ଦେଇ 57ନଂ ଓ 157ନଂ ଜାତୀୟ ରାଜପଥ ରେ ସରକାରୀ, ଘରୋଇ ଓ ମାଲବାହିଗାଡି ସହ ସହ ସଂଖ୍ୟରେ ଯାତାୟତ ବନ୍ଦ ରହିବା ସହିତ ଦୋକାନ ବଜାର ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ବନ୍ଦ ରହିଥିଲା l

ଏହି ବନ୍ଦ ଡାକରା ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟକୁ ପରିବର୍ତ୍ତନ ପାଇଁ ଏସସି/ଏସଟି ସମନ୍ୱୟ ଦାବି କରାଯାଇଛି । ଯଦି ଏହା ପରିବର୍ତ୍ତନ ନହୁଏ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ କର୍ମକର୍ତ୍ତା ମାନେ କହିଛନ୍ତି ।ଏବଂ ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠି ଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟ ପଟେ ଦେଖିବାକୁ ଗଲେ ବ୍ଲକ ର ପ୍ରମୁଖ ବାଣିଜ୍ୟ ପେଣ୍ଠ ସ୍ଥଳୀ ପୁରୁଣାକଟକ, କୁସଙ୍ଗ, ଛତରଙ୍ଗ, ହରଭଙ୍ଗା,ତିଲେଶ୍ୱର ଆଦି ସ୍ଥାନରେ ଏହି 12ଘଣ୍ଟିଆ ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ପଡିଥିବାର ଦେଖାଦେଇଛି l