ଜିଲ୍ଲାରେ ‘ଅମ୍ବାଦଳା’ ଆଗାମୀ ନୂତନ ପଞ୍ଚାୟତ ସମିତି, ପଞ୍ଚାୟତରାଜ ମନ୍ତ୍ରୀ I

କଂଗ୍ରେସ ବିଧାୟକଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ, ଅମ୍ବାଦଳା ରେ ଖୁସି ର ମାହୋଲ I

ମୁନିଗୁଡା,୨୧।୮ (ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ‘ଅମ୍ବାଦଳା’ ଟି କୁ ନୂତନ ପଞ୍ଚାୟତ ସମିତି ଗଠନ କରାଯିବା ନିମନ୍ତେ ପ୍ରସ୍ତାବିତ ଥିବା ବିଷୟ ବିଧାନସଭା ରେ ଉଠିବା ପରେ ଅମ୍ବାଦଳା ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି I ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ନବନିର୍ବାଚିତ ବିଧାୟକ ନୀଳ ମାଧବ ହିକକା ଙ୍କ ପ୍ରଶ୍ନର ଉତ୍ତର ରଖି ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ଏହାକୁ ବିଧାନସଭା ରେ ସ୍ପଷ୍ଟ କଲା ପରେ କଂଗ୍ରେସ ର ଏହି ବିଧାୟକ ଙ୍କ ପାଇଁ ଚାରି ଆଡୁ ପ୍ରଶଂସା ର ସୁଅ ଛୁଟିଛି I

ବର୍ତମାନ ରାଜ୍ୟ ବିଧାନସଭା ର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ମାନ୍ୟବର ବିଧାୟକ ନୀଳ ମାଧବ ହିକକା ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ନେଇ ବିଧାନସଭା ରେ ଉପସ୍ଥାପନ କରୁଥିବା ଓ ଏଥିରେ ବେଶ ସକ୍ରିୟ ଥିବା ଦେଖିବାକୁ ମିଳିଛି I ଏହି ଅବସରରେ ଗତ ୨୦.୮.୨୪ ର ଅଧିବେଶନ ର ପ୍ରଶ୍ନ କାଳ ରେ ମାନ୍ୟବର ବିଧାୟକ ଅମ୍ବାଦଳା କୁ ପଞ୍ଚାୟତ ସମିତି ମାନ୍ୟତା ନେଇ ମାନ୍ୟବର ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କୁ ପ୍ରଶ୍ନ କରିଥିଲେ I ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଦଳା ଠାରେ ଏକ ପଞ୍ଚାୟତ ସମିତି ଘୋଷଣା କରାଯିବ କି ବୋଲି ପ୍ରଶ୍ନ କାଳ ରେ ଅମ୍ବାଦଳା ମୁଦ୍ଦା କୁ ସେ ଉଠେଇଥିଲେ I

ତେବେ ନୂତନ ପଞ୍ଚାୟତ ସମିତି ଗଠନ ନିମନ୍ତେ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଗଲେ, ଓଡ଼ିଶା ପଞ୍ଚାୟତ ସମିତି ଆଇନ, ୧୯୫୯ କୁ ଆଧାର କରି ଏକ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯିବ ଏବଂ ସେହି ଗାଇଡଲାଇନ ଅନୁସାରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଦଳା ଠାରେ ପଞ୍ଚାୟତ ସମିତି ଗଠନ ନିମନ୍ତେ ବିଚାର କରାଯିବ ବୋଲି ଉତ୍ତର ରେ ମାନ୍ୟବର ମନ୍ତ୍ରୀ ଏହା ବିଧାନସଭା ରେ ସ୍ପଷ୍ଟ କରିଥିଲେ I ଯାହା ପରେ ଆଗାମୀ ଦିନ ମାନଙ୍କ ରେ ଅମ୍ବାଦଳା କୁ ପଞ୍ଚାୟତ ସମିତି ମାନ୍ୟତା ଏକ ପ୍ରକାର ସ୍ପଷ୍ଟ ଥିବା କୁହାଯାଉଛି I

ତେବେ ଦୀର୍ଘ ଦଶନ୍ଧି ରୁ ଏଠାକାର ଲୋକେ ଅମ୍ବାଦଳା କୁ ପଞ୍ଚାୟତ ସମିତି ମାନ୍ୟତା ପାଇଁ ଦାବି ଜଣେଇ ଆସୁଥିଲେ ସୁଦ୍ଧା ଆନ୍ତରିକତା ଅଭାବ ରୁ ନିଜ ଅଞ୍ଚଳ ର ସମସ୍ୟା କୁ ନିର୍ବାଚିତ ପ୍ରତିନିଧି ମାନେ ସରକାର ଙ୍କ ପାଖରେ ଉପସ୍ଥାପନ କରିବା ରେ ଅସମର୍ଥାତା ଦେଖାଉଥିବା ବେଳେ ନବନିର୍ବାଚିତ ବିଧାୟକ ଙ୍କ ଏହି ପ୍ରୟାସ ଅମ୍ବାଦଳା ବାସୀଙ୍କ ପାଇଁ ଖୁସି ଆଣିଦେଇଥିବା ରଞ୍ଜନ ସ୍ୱାଇଁ, , ଗୌର ମହାନ୍ତି, ଚିତ୍ରସେନ ସୁନା, ଜୟମୂଳ କରୁଆ,ଗଜେନ୍ଦ୍ର ଗୌଡ଼, ନୀଳକଣ୍ଠ,ରାମକୃଷ୍ଣ ପ୍ରଧାନୀ, ମିଥଲାଲ ସେନାପତି, ହରି ପ୍ରଧାନୀ, ଚିରଂଜିତ ଯାଦବ, ସମେତ ଭୟସ ଅଫ ଅମ୍ବାଦଳା, ବଣିକ ସଙ୍ଘ, ସମ୍ବିଧାନ ସୁରକ୍ଷା ସମିତି, ପାଇକ ସମାଜ ପ୍ରମୁଖ ପ୍ରଶଂସନୀୟ ବୋଲି ସାଧୁବାଦ ଜଣେଇଥିବା ବେଳେ, ଅମ୍ବାଦଳା ନୂତନ ପଞ୍ଚାୟତ ସମିତିର ମାନ୍ୟତା ପାଇଲେ ଡ଼ିମିରିଗୁଡା, ରଘୁବାରୀ, ଇଚ୍ଛାପୁର, ଅମ୍ଳାଭଟା, ଅମ୍ବାଦଳା, ରାଣୀପିଣ୍ଡା, ଘୋମୋଟଗୁଡା, ଜଗଦଳପୁର, ସରଧାପୁର ଗ୍ରାମ ପଞ୍ଚାୟତ ଇତ୍ୟାଦି ର ହଜାର ହଜାର ଲୋକେ ଉପକୃତ ହେବେ ବୋଲି ଅମ୍ବାଦଳା ର ଯୁବ କଂଗେସ ନେତା ଦିନେଶ ନାୟକ ଓ ରଜନୀ କାନ୍ତ ପୋଡ଼ାଲ ଦୃଢୋକ୍ତି ରଖିଛନ୍ତି I