ଧର୍ମଗଡ଼ :ତା ୨୧/୮(ହେମନ୍ତ କୁମାର ମାଝୀ)–ସଂରକ୍ଷଣ ରେ କ୍ରିମି ଲେୟର ବ୍ୟବସ୍ଥା ଲାଗୁ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ସମଗ୍ର ଦେଶର ସଂରକ୍ଷିତ ବର୍ଗ ବା ଅନୁସୁଚିତ ଜାତି ଜନଜାତି ବର୍ଗ ବିରୋଧ କରି ବୁଧବାର ଭାରତ ବନ୍ଦ ଡାକରା ଦେଇଥିବାବେଳେ ଧର୍ମଗଡ଼ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଉ ମାତ୍ର ହାତଗଣତି ୧୫ ଦିନ ବାକି ଥିବା ହେତୁ ଏହି ସମୟରେ କପଡା ବଜାର ଚଳଚଞ୍ଚଳ ଥାଏ । ବୁଧବାର କିନ୍ତୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିଥିଲେ।

ଧର୍ମଗଡ଼ର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ସକାଳ ୬ଟାରୁ ଏସସି ଏସଟି ସୁରକ୍ଷା ମଞ୍ଚ ଗାଡ଼ି ମଟର ଅଟକାଇବା ସହ ବନ୍ଦକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ଗୋଡଭଞ୍ଜା ଗୋଲେଇ ଛକ ଧର୍ମଗଡ଼ ଚାରିଛକ ଠାରେ ଆନ୍ଦୋଳନକାରୀମାନେ ଧର୍ମଗଡ-ଗୋଲାମୁଣ୍ଡା ଏବଂ ଧର୍ମଗଡ଼ -ଛତିଶଗଡ ରାସ୍ତା ଅବରୋଧ କରିଥିଲେ। କିଛି ସରକାରୀ କାର୍ଯ୍ୟାଳୟ ଖୋଲାଥିବା ଜାଣି ଆନ୍ଦୋଳନକାରୀ ପିକେଟିଂ କରି କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଦିବାସୀମାନେ ଏହି ବନ୍ଦରେ ସାମିଲ ହୋଇ ସହର ସାରା ବୁଲି ପିକେଟିଂ କରିଥିଲେ। ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା।

ବନ୍ଦ ପାଳନରେ ଭବେଶ ଗଇନ୍ତା, କିଶୋର ଚନ୍ଦ୍ର ଭୋଇ,ଟଙ୍କ ଅଣ୍ଟି, ହରେକୃଷ୍ଣ ନାଏକ, ଟିକେଶ୍ୱର୍ ନାଏକ,ଗୋବର୍ଦ୍ଧନ ଶବର, ବନମାଳୀ ଭୋଇ, ଲାଲବହାଦୂର୍ ଶବର,ରୁକୁରାମ ଶବର,ହିମାଂଶୁ ନାଏକ, ଟଙ୍କ ନାଏକ ,ବିରଞ୍ଚି ନାରାୟଣ ଜାଲ, ଦିଗାମ୍ବର ଦୁରିଆ,କ୍ଷୀରୋଦ ବାଗ, ଶ୍ରବଣ କୁମାର ବାଗ, ଢଗ ନାଏକ, ଚକ୍ରଧର ବେନୁପାଣି, ସତ୍ୟବାନ ନାଏକ, ହାତୀରାମ ଦୁର୍ଗା, ନୋଜ଼ଳ ବାଗ, ଲକ୍ଷଜ୍ୟୋତି ଜାଲ, ଯଶୋବନ୍ତ ପାଣିଗ୍ରାହୀ,ବ୍ରିଜଲାଲ ନାଏକ ପ୍ରମୁଖ ଏହି ବନ୍ଦ ପାଳନରେ ସାମିଲ ହୋଇ ରାୟ କାର୍ଯ୍ୟକାରୀ ହେଲେ ଏସସି ଏସଟି ମାନଙ୍କ ମଧ୍ୟରେ ବର୍ଗୀକରଣ ହେବ ଏବଂ ସମାଜରେ ବିଭାଜନ ସୃଷ୍ଟି କରିବ ବୋଲି ସଂଘ ଅଭିଯୋଗ କରିଛି। ସରକାର ଅର୍ଡିନାନ୍ସ କିମ୍ଵା ରିଭ୍ୟୁ ପିଟିସନ ମାଧ୍ୟମରେ ରାୟକୁ ରଦ୍ଦ ନକଲେ ଆଗାମୀଦିନରେ ଆନ୍ଦୋଳନକୁ ତିବ୍ର କରାଯିବ ଵୋଳି ସଙ୍ଘ ଚେତାବନୀ ଦିଆଯାଇଛି।