
ହରଭଙ୍ଗା ୨୨/୮ (ଚିତ୍ତ ରଞ୍ଜନ ସିଂ )ଆଜି ହେଉଛି ବିଶ୍ୱ ପରିବେଶ ଦିବସ l ବିଭିନ୍ନ ସ୍ଥାନ ରେ ବୃକ୍ଷ ଲଗାଇବା ସହ , ବୃକ୍ଷ ହେଉଛି ମାନବ ସମାଜ ପାଇଁ ଅମୁଲ୍ୟ ସମ୍ପଦ, ବୃକ୍ଷ ବଞ୍ଚିଲେ, ପ୍ରାଣୀ ଜଗତ ବଞ୍ଚିବା ଏବଂ ପରିବେଶ ସୁରକ୍ଷା କୁ ନେଇ ବିଭିନ୍ନ ସ୍ଥାନ ରେ ବିଶ୍ୱ ପରିବେଶ ଦିବସ ପାଳନ ହେଉଥିବା ବେଳେ ଗୁରୁବାର ଦିନ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ମୋଦିଜୀ ଙ୍କ ବାର୍ତ୍ତା “ମା ପାଇଁ ଗଛଟିଏ “କୁ ପାଥେୟ କରି ବୃକ୍ଷ ଲଗାଇ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା l
ଏନେଇ ବ୍ଲକ ଅଧକ୍ଷ୍ୟା ସ୍ନେହ ଲତା ପ୍ରଧାନ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମ ରେ ହରଭଙ୍ଗା ବିଡ଼ିଓ ସରତ ସେଠି, ବୌଦ୍ଧ ବ୍ଲକ ବିଡ଼ିଓ ଯୁଧିଷ୍ଠିର ମେହେର,ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ବିନାୟକ ଯୁବକ ସଙ୍ଘ ର ସଦସ୍ୟ ,ଜନସାଧରଣ, ଗଣମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ l