ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୃକ୍ଷ ହିଁ ଜୀଵନ l ବୃକ୍ଷ ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ l ବୃକ୍ଷ ମନୁଷ୍ୟର ବନ୍ଧୁ, ଭ୍ରାତା ଓ ମାତା ସଦୃଶ l ବୃକ୍ଷ ହିଁ ନିୟମିତ ଭାବେ ବର୍ଷl କରିବାରେ, ତାପମତ୍ରl ହ୍ରାସ କରି ବିଶ୍ବରେ ତାପର ପ୍ରଭାବକୁ କମ୍ କରିଥାଏ lଆହୁରି ମଧ୍ୟ କଥାରେ ଅଛି ପରିବେଶ ସୁରକ୍ଷା ଜୀଵନ ରକ୍ଷା l
ସେହି କ୍ରମରେ ଆଜି ବିଶ୍ଵ ପରିବେଶ ଦିବସରେ ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଲୋକପାଳ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ତଥା ଜିଲ୍ଲାପରିଷଦ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥଲେ lଏହି ଅବସରରେ କାର୍ଯ୍ୟଳୟ ପରିସରରେ ଆମ୍ବ,ନିମ୍ବ, ଦେବଦlରୁ, ଲେମ୍ବୁ, ପିଜୁଳି ଇତ୍ୟାଦି ବିଭିନ୍ନ ପ୍ରକାରର ଔଷଧୀୟ ତଥା ଫଳ ବୃକ୍ଷ ଅତିଥି ମାନଙ୍କ ଦ୍ଵାରା ରୋପଣ କରାଯାଇଥିଲl l