
ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ଜିଲ୍ଲାର ୧୧ ତମ କୃଷି ଗଣନା ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସୁବର୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କୃଷି ଗଣନା ଅନୁଯାୟୀ ୨୦୨୩-୨୪ ବର୍ଷ ର ଆକଳନ ଅନୁସାରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଜିଲ୍ଲାରେ କୃଷି ଗଣନା କରାଯାଇଥିବା ଜିଲ୍ଲା ପରିସଂଖ୍ୟଣ ବିଭାଗ ତରଫରୁ ସୂଚିତ କରାଯାଇଛି l
ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଗଣନା ଅନୁଯାୟୀ ୨୦୧୫-୧୬ ରେ ଜିଲ୍ଲାରେ ୮୪୯୬୧ ଚାଷୀ ଥିବା ବେଳେ ୮୬୩୬୧ ହେକ୍ଟର ଚାଷ ଜୋତ ଜମି ମହଜୁଦ ରହିଥିଲା। ସେହିପରି (୨୦୨୧-୨୨) କୃଷି ଗଣନା ଅନୁସାରେ ଜିଲ୍ଲାରେ ୯୮୭୨୨ ବିଭିନ୍ନ କିସମର ଚାଷୀ ରହିଥିବା ବେଳେ ସମୁଦାୟ ଚାଷ ଜୋତ ଜମି ୧୧୭୭୩୨ ହେକ୍ଟର ରହିଥିବା ୨୦୨୩-୨୪ ବର୍ଷ ର ଆକଳନରେ ତଥ୍ୟ ପ୍ରଦାନ କରାଯାଇଛି। କୃଷି ଗଣନା ପ୍ରତି ୫ ବର୍ଷ ରେ ଅନୁଷ୍ଠିତ ହେଉଥିବା ବେଳେ ଏହି ଗଣନା ଜିଲ୍ଲାର କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟନ ବିଭାଗ ର ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଘରକୁ ଘର ଯାଇ ଜିଲ୍ଲାର ସମୁଦାୟ ଶତ ପ୍ରତିଶତ ଗ୍ରାମକୁ ନେଇ ସମ୍ପୂର୍ଣ ଡିଜିଟାଲ ପଦ୍ଧତିରେ ଆକଳନ କରାଯାଇଛି।
ଗଣନା ତିନୋଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ରେ ଚାଷୀ ଓ ଚାଷ ଜୋତ ଜମି ର ଆକଳନ କରାଯାଇଛି। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଜଳସେଚିତ ଜମି ଓ ଚାଷର ପ୍ରକାର ଅନୁସାରେ ଜମି ଆକଳନ ଏବଂ ତୃତୀୟ ପର୍ଯ୍ୟାୟରେ ଚାଷ ଜୋତ ଜମିରେ ସାର, କୀଟନାଶକ, ଜୈବିକ ସାର ତଥା କୃଷି ଯନ୍ତ୍ରପାତି ଆଦିର ବ୍ୟବହାର ପ୍ରଭୁତି ର ଆକଳନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ l ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l