ଧର୍ମଗଡ଼; (ହେମନ୍ତ କୁମାର ମାଝୀ)ସୂଚନା ଆଇନ ରେ ଆବେଦନ କଲେ ସଂପୂର୍ଣ୍ଣ ତଥ୍ୟ ଦିଆଯାଉ ନାହଁ କାହିଁକି ?  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ସମିତି କୁ କେତେ ଗୁଡିଏ ତଥ୍ୟ ପାଇବା ପାଇଁ ସୂଚନା ଆଇନ ବଳରେ ଆମ ଧର୍ମଗଡ଼ ପ୍ରତିନିଧି ହେମନ୍ତ କୁମାର ମାଝୀ ଗତ ତା ୩୧/୭/୨୦୨୪ ରେ ଧର୍ମଗଡ଼ ପଞ୍ଚାୟତ ସମିତି ରେ ସୂଚନା ଆଇନ ବଳରେ ଆବେଦନ କରିଥିଲେ ସେ ମେଟ ୮ ଗୋଟି ପ୍ରଶ୍ନ ର ଉତ୍ତର ପାଇବା ପାଇଁ ଆବେଦନ କରିଥିଲେ କିନ୍ତୁ ୮ ଗୋଟି ପ୍ରଶ୍ନ ରୁ ମାତ୍ର ୩ ପ୍ରଶ୍ନ ର ଉତ୍ତର ଦିଆଯାଇଛି ।

ଆଉ ୫ ଗୋଟି ପ୍ରଶ୍ନ ର ଉତ୍ତର ଦିଆଯାଇନାହିଁ। ମିଳିଥିବା ସୂଚନା ପତ୍ର ରେ ଲେଖାଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯାହା ଉପଲବ୍ଧ ଅଛି ତାହା ପ୍ରେରଣା କରାଗଲା ଵୋଳି ପତ୍ର ଲେଖାଯାଇଅଛି। ହେଳେ ଏଠାରେ ପ୍ରଶ୍ନ ଉଠୁଛି ଆଉ ୫ ଗୋଟି ପ୍ରଶ୍ନ ର ଉତ୍ତର ଦିଆଗଲା ନାହିଁ କାହିଁକି ? ପ୍ରଶ୍ନ ର ଉତ୍ତର ଥାଇ ଦେଉ ନାହାନ୍ତି କି ? ସେହି ପ୍ରଶ୍ନ ର ଉତ୍ତର ଦେଲେ ପଞ୍ଚାୟତ ସମିତି ଉପରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଢ଼ିବ କି ? ନା ଅନ୍ୟ କିଛି ଭୟ ଅଛି ? ଏନେଇ ଆମ ପ୍ରତିନିଧି ଟେଲିଫୋନ ଯୋଗେ ପଞ୍ଚାୟତ ସମିତି ର ଜନସୂଚନା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିବାରୁ ପୂଣି ଥରେ ଆବେଦନ କଲେ ବାକି ଥିବା ପ୍ରଶ୍ନ ର ଉତ୍ତର ଦିଆଯିବ ବୋଳି କହିଥିଲେ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ସୂଚନା ଅଧିକାର ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ କାହିଁକି ବାରମ୍ବାର ଆବେଦନ କରିବାକୁ ପଡିବ ଵୋଳି ସୂଚନା କର୍ମୀ ମାନେ ଅଭିଯୋଗ କରୁଛନ୍ତି । ଏହା ଜାଣିଶୁଣି ସୂଚନା ଅଧିକାର କର୍ମୀଙ୍କୁ ହଇରାଣ କରିବା ଚାଳ ନୁହେଁ କି ? ହେଲେ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ସୂଚନା କମିଶନର ଦ୍ଵାରାସ୍ଥ ହେବେ ଵୋଳି ଆମ ପ୍ରତିନିଧି ଶ୍ରୀ ମାଝୀ ଅଭିଯୋଗ କରୁଛନ୍ତି।