ବୌଦ୍ଧ(ଚିତ୍ତରଞ୍ଜନ ସିଂ): ଦକ୍ଷତା ବୃଦ୍ଧି ଓ ନିଯୁକ୍ତି,ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା କରିବା ନେଇ ବୌଦ୍ଧଜିଲାରେ ୨୮ ତାରିଖରୁ କୌଶଳ ରଥ ଶୁଭାରମ୍ଭ ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ରଥକୁ ଜିଲାପାଳ ସୁବ୍ରତ କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ
ରଥ ପ୍ରଥମ ଦିନ ବୌଦ୍ଧ ପାୟତ ମହାବିଦ୍ୟାଳୟ,ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପରିକ୍ରମା କରିବା ସହ ବାମଣ୍ଡା ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ପରିକ୍ରମା କରିଥିଲା । ସେଠାରୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ହରେକୃଷ୍ଣପୁର,ଲୁଣିବାହାଲ ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିବାପରେ ବଘିଆପଡା ଶିଳ୍ପତାଲିମ କେନ୍ଦ୍ରକୁ ଯାଇଥିଲା ।
ଏହି ରଥ ପରିକ୍ରମା ସମୟରେ ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ବାର୍ତା ବାିଥିଲେ । ଏହି ରଥ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।