ମୁନିଗୁଡା :୨୮।୮(ରମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ଅମ୍ବାଦଳା ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ତଥା ମଣ୍ଡଳ କର୍ମସାଳା ସହ ପ୍ରଭାରି ଗୌର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମଣ୍ଡଳ କର୍ମଶାଳା ପ୍ରାଭାରି ବିଷମ କଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୁରୁକା ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ମାଆ ଭାରତୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାର ଶୁଭାରମ୍ଭ କରିଥିଲେ।ପ୍ରାରମ୍ଭରେ ବିଜେପି କର୍ମୀମାନେ ସାମୁହିକ ରାଷ୍ଟ୍ର ସଙ୍ଗୀତ ବନ୍ଦେ ମାତରଂ ଗାନ କରିଥିଲେ।
ମଣ୍ଡଳ କର୍ମଶାଳା ସହ ପ୍ରଭାରୀ ଶ୍ରୀ ମହାନ୍ତି ପ୍ରଥମେ ଅତିଥି ମାନଙ୍କ ପରିଚୟ ଦେବା ସହ ବିଜେପି ଦଳର ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ସମ୍ପର୍କରେ ଅବଗତ କରାଇଥିଲେ।ପରେ ମଣ୍ଡଳ କର୍ମଶାଳା ପ୍ରଭାରୀ ଶ୍ରୀ ନୁଣ୍ଡୁରୁକା ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ବିଜେପି ଦଳର ସାଂଗଠାନିକ ଦକ୍ଷତାର ଅଭିବୃଦ୍ଧି ସହ ଏକ ଅଭିନବ ଯୋଜନାର ପରିକଳ୍ପନା ବୋଲି କହିଥିଲେ।ଏଣୁ ସବୁ ବର୍ଗର ଲୋକଙ୍କୁ ବିଜେପି ଦଳ ସହିତ ଯୋଡି ସର୍ବ ଜନ ହିତାୟ କାର୍ଯ୍ୟରେ ନିଜକୁ ସମର୍ପିତ କରିବାକୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସେ ଆହ୍ଵାନ ଦେଇଥିଲେ।
ଏଣୁ ସଦସ୍ୟତା ଅଭିଯାନର ମୂଳମନ୍ତ୍ର ଖାଲି ସଦସ୍ୟତା ଅଭିଯାନ ସଂଖ୍ୟାରେ ସୀମିତ ନରହି ଏହା ସଦସ୍ୟ ମାନଙ୍କ ମଧ୍ୟରେ ମାନବିକ ଗୁଣବତ୍ତା,ସ୍ବଦେଶ,ସ୍ଵଧର୍ମ,ସଂସ୍କୃତି ଓ ପରମ୍ପରା ପ୍ରତି ଅନୁରାଗ ରହିଥିବା ଆବଶ୍ୟକ ବୋଲି କହିଥିଲେ।ଏହି କର୍ମଶାଳାରେ ବିଜେପି ପୂର୍ବତନ ସାଧାରଣ ସମ୍ପାଦକ ରମେଶ ସାମନ୍ତ,ମଣ୍ଡଳ ସଂପାଦକ ରବିନ୍ଦ୍ର ବିଶ୍ୱାଳ, ବରିଷ୍ଠ ବିଜେପି ନେତା ସିମାଞ୍ଚଳ ପାତ୍ର,ଡମ୍ବୁର ହଂସ, ମୁନିଗୁଡା ଯୁବ ବିଜେପି ନେତା ଭୀମ ବେହେରା, ଯୁବ ବିଜେପି ନେତା ସୁବାଷ ଗୌଡ,ହରେକୃଷ୍ଟ ବେହେରା, ପ୍ରଶାନ୍ତ ପାତ୍ର,ନରତମ ସୁନା, କୌସିକ ନାୟକ, ବିଭୂତି ସେଠୀ,ପ୍ରଭାକର ଟାକ୍ରି, ବିଦ୍ୟାଧର ନାୟକ, ମଦନ ବଚା, ଦୟାନିଧି ନାୟକ, ମୋହନ ବଚା, ବାବୁଲା ଡଙ୍ଗରୀ , ପିଣ୍ଟୁ ମହାନ୍ତି, ସୁରଜ ସୁନା, ଅନନ୍ତ ମାଲଦୋରା, ପ୍ରଦୀପ ନାୟକ, କୃଷ୍ଚ ସାହୁକାର, ପୁଟକୁନା ନାଗ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ପରିଚାଳନାରେ ସହଯୋଗ କରିଥିଲେ।