ହରଭଙ୍ଗା (ଚିତ୍ତରଞ୍ଜନ ସିଂ)୧୯୮୨  ମସିହା ଅଗଷ୍ଟ ୩୦ ତାରିଖ ପ୍ରଳୟ ଓ ପରାଧୀ ଜଳରେ ଉବୁଟୁବୁ ହୋଇଥିଲା ମହାନଦୀ ଅବବାହିକା ବ୍ୟାପକ ଅଞ୍ଚଳ I ମହା ନଦୀର ମହା ବନ୍ୟା ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ ସ୍ରୁଷ୍ଟି ହୋଇଥିଲା ପ୍ରଳୟଙ୍କାରୀ ପରିସ୍ଥିତି ।ବନ୍ୟାର ପ୍ରଖର ସ୍ରୋତ ରେ ନିଶ୍ଚିହ୍ନ ହୋଇଥିଲା ସହ ସହ ଘର ଦ୍ଵାର ଓ ଏକର ଏକର ଜମିର ସୁନାର ଫସଲକୁ ଚାପି ଦେଇଥିଲା ବନ୍ୟା l ନଷ୍ଟ ହୋଇଥିଲା ବ୍ୟାପକ ଧନ ଜୀବନ l ବିପନ୍ନ ଲୋକମାନେ ପ୍ରାୟ 2 ସପ୍ତାହରୁ ଅଧିକ କାଳ ଧରି ପାହାଡ,ମୁଣ୍ଡିଆ ଓ ଉଚ୍ଚ ସ୍ଥାନ ମାନଙ୍କରେ ଆଶ୍ରୟ ନେଇଥିଲେ l

ବନ୍ୟାରେ ଭାସି ଯାଇଥିଲେ ଅନେକ ଗୋରୁ ଗାଈ, ଛେଳି,ମେଣ୍ଢା ଇତ୍ୟାଦି ଅନେକ ଯିବଜନ୍ତୁ l ହଜାର ହଜାର ଜମି ବାଲିଚର ହେଇଥିଲା l ସେ ଦିନର ସେଇ ଭୟଙ୍କର ଦ୍ରୁଶ୍ୟ ମନେ ପଡିଲେ ଆଜିକୁ ଦୀର୍ଘ ୪୨  ବର୍ଷ ପରେ ବି ଏଇ ଅଞ୍ଚଳର ଲୋକମାନେ ଭୟରେ ଶିହରି ଉଠନ୍ତି l ଦୀର୍ଘ ୪  ଦସନ୍ତି ରୁ ଅଧିକ କାଳ ପରେ ବି ବନ୍ୟାର କ୍ଷତ ଚିହ୍ନ ଏବେବି ଲିଭି ନାହିଁ l ବାଲିଚର ହୋଇଥିବା ଜମିର ମାଲିକ ମାନେ ଏବେ ମଧ୍ୟ ସେମାନଙ୍କ ଜମି ଚିହ୍ନଟ କରି ପାରୁ ନାହାନ୍ତି l ୧୯୮୨  ମସିହା ଅଗଷ୍ଟ ୩୦ ତାରିଖ ଦିନ ତମାମ ବଢି ପାଣିର ଗର୍ଜନ ସାଙ୍ଗକୁ ପ୍ରବଳ ବର୍ଷା ଓ ତୁଫାନ୍ ର ଏକାକାର ହୋଇ ଯାଇଥିଲା l

ହରଭଙ୍ଗା ର ନଦୀ କୁଳିଆ ଲୋକ ମନେ ଘର ଦ୍ଵାର ଛାଡି ଗାଈ ଗୋରୁ,ଛେଳି, ମେଣ୍ଢା ଙ୍କୁ ଧରି ଜୀବନ ବଞ୍ଚାଇବା ପାଇଁ ଚାଲି ଯାଇଥିଲେ l ହରଭଙ୍ଗା ବ୍ଲକ ର ଅଧିକାଂଶ ଅଞ୍ଚଳ ହୋଇଥିଲା ଜଳମଗ୍ନ l ଗାଆଁ ଗଣ୍ଡା, ରାସ୍ତା ବୁଡ଼ାଇ ଦେଇଥିଲା l ମହାନଦୀ ଜଳସ୍ରୋତ ସହ ସମାନ୍ ହୋଇଥିଲା ସବୁ ଜନ ବସତି l ମହାନଦୀ ର ଉଭୟ ପାର୍ଶ୍ଵରେ ବନ୍ଧ ନ ଥିବାରୁ ବର୍ଷାରୁତୁ ଆସିଲେ ଏବେ ବି ଏଇ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି ।,କିଛି କିଛି ବର୍ଷ ବ୍ୟବଧାନ ରେ ମହାନଦୀ ରେ ବଡ ବନ୍ୟା ହେଲେ ଗାଆଁ ଗଣ୍ଡାରେ ପାଣି ପସୁଛି l

ଚାଷ ଜମି ଦିନ ଦିନ ଧରି ବୁଡି ରହିବା ଫଳରେ ବ୍ୟାପକ ଫସଲ ହାନି ଘଟୁଛି l ମହାନଦୀ ବନ୍ୟା ଏଇ ଅଞ୍ଚଳର ଅଧିବାସୀଙ୍କ ପାଇଁ ପାଲିଟିଛି ଅଭିଶାପ l ତେଣୁ ଉଭୟ ପାର୍ଶ୍ଵ ରେ ବନ୍ୟା ନିୟନ୍ତ୍ରଣ ପାଇଁ ସୁଉଚ୍ଚ ବନ୍ଧ ନିର୍ମାଣ କରିବା ପାଇଁ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ ଦାବି କହିଛନ୍ତି. ଏଇ ଦିଗରେ ରାଜ୍ୟ ସରକାର ତଥା ବୌଦ୍ଧ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାପାଇଁ ସାମ୍ବାଦିକ ଶ୍ରୀଯୁକ୍ତ ସିଂ ଦାବି କରିଛନ୍ତି