
ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚୋକମା, ସମ୍ମାନିତ ଅତିଥି ଭାବରେ ନଗରପାଳ ଅଶୋକ ମହାନ୍ତି, ଉପଧକ୍ଷା ଶ୍ରୀମତୀ ମନୀଷା ମିଶ୍ର, ଡ଼. ମୋନିକା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ହୋଇଥିଲେ।
ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଯଶୋଦା ଅନାଥ ଆଶ୍ରମ ର ପରିଚାଳକ ଶ୍ୟାମ ସୁନ୍ଦର ଜାଲ, ଏବଂ କୋକିଳ ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱଚ୍ଛ ସାଥି ଏବଂ ୧୪ ଟି ୱାର୍ଡ ର କାଉନସିଲର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ସୁବାଶିଷ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ସୁମେଶ୍ୱର ମହାପାତ୍ର, ଆଶିଷ ପଣ୍ଡା, ମୟଙ୍କ ବାଜପେଇ, ଅଭିନ୍ନ ପ୍ରଧାନ ରାଜେଶ ସାହୁ, ସାରଦା ପ୍ରସନ୍ନ, ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।