ହରଭଙ୍ଗା 7/9(ଚିତ୍ତ ରଞ୍ଜନ ସିଂ ) ଆଜି ଥିଲା ଭାଦ୍ରବ ଚତୁର୍ଥୀ ତିଥି ମହା ବିନାୟକ ବିଦ୍ୟାଦାତା ଗଣେଶ ଠାକୁରଙ୍କ ଙ୍କ ପୂଜା l ସ୍କୁଲ,କଲେଜ, ଶିକ୍ଷାନୁଷ୍ଠାନ ଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପ ରେ ପୂଜା ପାଇଲେ ଗଣେଶ l ଏହି ମହାନ ପୂଜା ବ୍ରତ ଟି ବିଭିନ୍ନ ସ୍ଥାନ ରେ ଯାକ ଜକମ ଚାଲିଥିବା ବେଳେ ସମସ୍ତ ଙ୍କ ମନରେ ଥିଲା ଭକ୍ତି ମୟ ପରିବେଶ ! କିନ୍ତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ଆଦିବାସୀ ଛାତ୍ର ନିବାସ ର ଦୁଇ ଛତ୍ର ଗଣେଶ ପୂଜା ଦିନ ମଦ ପିଇ ସ୍କୁଲ ଭିତରେ ଆସି ଅଚେତ ହୋଇ ପଡିବା ଘଟଣା ଅଞ୍ଚଳ ରେ ଏକ ଚର୍ଚ୍ଚ! ର ବିଷୟ ହୋଇଛି l

ଦୁଇ ଛାତ୍ର ଙ୍କ କହିବା ଅନୁଯାଇ ସ୍କୁଲ ରେ ଚାଲିଥିଲା ପୂଜା ଦୁଇ ଛାତ୍ର ବାହାରେ ବୁଲୁ ଥିବା ସମୟରେ ଆଡ଼େନିଗଡ଼ ପଞ୍ଚାୟତ କଣ୍ଡରା ଗ୍ରାମର ନାକୁ ନାମକ ବୋଲି ଜଣେ ଯୁବକ ବାଇକ ରେ ଆସି ଦୁଇ ଛାତ୍ର ଙ୍କୁ ଥଣ୍ଡା ପିଇବା କହି ଥଣ୍ଡା ରେ ମଦ ମିଶାଇ ପିଇବା କୁ ଦେଇଥିଲା l ପରେ ଦୁଇ ଛାତ୍ର ଛାତ୍ରବାସ କୁ ଆସି ଅଚେତ ଅବସ୍ଥାରେ ପଡି ଯାଇଥିଲେ l ତୁରନ୍ତ ଦୁଇ ଛାତ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡିକାଲ ଅଣା ଯାଇଥିଲା l ଚିକିତ୍ସା ପରେ ଉଭୟ ଙ୍କୁ ଛାଡି ଦେଇଥିବା ଜଣାପଡିଛି l ଏପଟେ ଉଭୟ ପରିବାର ର ଅଭିଵାବାକ ଯଦୁନଦନ ସାହୁ, ଚରଣ ପ୍ରଧାନ ବିଦ୍ୟାଳୟ କୁ ଆସି ନିଜ ନିଜ ପୁଅ ମାନଙ୍କୁ ଘରକୁ ନେଇଯାଇଥିବା ଜଣାପଡିଛି!

ଏପଟେ ଆଦିବାସୀ ଛାତ୍ରବାସ ରୁ ପିଲାମାନେ ବାହାରକୁ କିପରି ଯାଉଛନ୍ତି ଏସମ୍ପର୍କ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅବଗତ ଥିଲେ ନା ନାହିଁ ଏବଂ ଦୁଇ ଛାତ୍ର ଙ୍କୁ ଜଣେ ଅଜଣା ଯୁବକ ମଦ ଦେଲା କିପରି ନା ଉକ୍ତ ଯୁବକ ଙ୍କୁ ଦୁଇ ଛାତ୍ର ଆଗରୁ ଜାଣିଥିଲେ ଏମିତି ସାଧାରଣ ରେ ଘଟଣା କୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିଦ୍ୟାଳୟ ଆଖପାଖରେ କୁଚିଆ ମଦ ପାଉଚ ଖୋଲମ ଖୁଲା ବିକ୍ରି ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ରୋକ ହେଉନଥିବାରୁ ପୋଲିସ ଦୃଢତା କାର୍ଯ୍ୟପ୍ରତି ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି! ଏଭଳି ଘଟଣା କୁ ନେଇ ଅଞ୍ଚଳ ରେ ଏକ ଚର୍ଚ୍ଚା ର ବିଷୟ ଦେଖା ଦେଇଛି l