ବୌଦ୍ଧ- ( ଚିତ୍ତରଞ୍ଜନ ସିଂହ ) ସୋମବାର ଦିବା ୧୧  ଘଟିକା ସମୟରେ ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତl ରେ ସୁଭଦ୍ରା ଯୋଜନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁଭଦ୍ରା ଯୋଜନା ରେ ମହିଳା ମାନେ ଶୀଘ୍ର ଆବେଦନ କରିବା ପାଇଁ ଜ଼ିଲ୍ଲାପାଳଏହି କାର୍ଯ୍ୟ ରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l

ସମସ୍ତ ଜନସେବା କେନ୍ଦ୍ର ମାନଙ୍କ ରେ ଅନଲାଇନ ସୁବିଧା ରେ ହୋଇପାରିବ, ନେଟୱାର୍କ ସବୁ ସମୟରେ ସୁବିଧା ରେ ଉପଲବ୍ଧ ହେବ ବୋଲି ଜ଼ିଲ୍ଲାପାଳ ମତବ୍ୟକ୍ତ କରିଥିଲେ l

ଏଥି ସହିତ ସୁଭଦ୍ରା ଯୋଜନା ର ସମୀକ୍ଷା କରିବା ସହ ସମସ୍ତେ ଏହି କାମରେ ଲାଗି ପଡିବା ପାଇଁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଥିଲେ l ଏହି ବୈଠକ ରେ ସୁଭଦ୍ରା ଯୋଜନା ର ନୋଡାଲ ଅଫିସର ତଥା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ସହକାରୀ ନୋଡାଲ ଅଫିସର ତଥା ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଲୋଚନ ପୃଷ୍ଟି ଙ୍କ ସମେତ ଉକ୍ତ ବିଭାଗ ର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l