ହରଭଙ୍ଗା 10/9(ଚିତ୍ତ ରଞ୍ଜନ ସିଂ )ପୁରୁଣାକଟକ ଥାନା ଅଞ୍ଚଳ ରେ ବାରମ୍ବାର ଚୋରୀ ଘଟଣା ନଜର କୁ ଆସୁଛି। ଚୋର ଚାଲାକ ସହିତ ଚୋରୀ କରି ଫେରାର ମାରୁଛି ଏବଂ ଥାନାରେ ହୋଇଥିବା ଏତଲା ଅନୁଯାଇ ପୋଲିସ ତଦନ୍ତ ଜାରି କରି ଆସୁଛି।ସେହିଭଳି ଗତ ୫  ତାରିଖ ରେ ବୁରୁବୁଡ଼ା ସ୍କୁଲ ପରିସର ରୁ ଏକ ବୋରୱେଲ ପାଣି ମୋଟର ଚୋରୀ ହୋଇଥିଲା। ସେ ନେଇ ପୁରୁଣାକଟକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।

ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।ଏବଂ ତିନିଜଣ ଅଭିଯୁକ୍ତ କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ବୁରୁବୁଡ଼ା ଗ୍ରାମର ଆଲୋକ ଜଗଦଳା (୩୦ ),ଅମରେଶ ଦେହୁରୀ (୨୪ ) ଓ ହରଭଙ୍ଗା ଥାନା ଅନ୍ତର୍ଗତ ଉଆଁଲ ଗ୍ରାମର ସିକୁନ ପ୍ରଧାନ (୨୪ )।ସେମାନଙ୍କ ନିକଟରୁ ଗୋଟିଏ ସମ୍ବର ସିମ୍ପଲ ପାଣି ମୋଟର,ଗୋଟିଏ ସୋଲାର ସମର ସୀମାଲ ପାଣି ମୋଟର, ଦୁଇଟି ଟୁଲୁ ମୋଟର, ଦୁଇଟି ଟ୍ରାକ୍ଟର ସେଲ୍ଫ ଓ ଡାଇନାମା,ଗୋଟିଏ ଟ୍ରାକ୍ଟର ବ୍ୟାଟେରୀ ଜବତ କରିଛି ପୁରୁଣାକଟକ ପୋଲିସ।ଧାରା 134/US (302)BNI ଅନୁଯାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।