କାଶୀପୁର( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେଇଥିଲା । କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ହରିଶ ବି. ସି,ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ସମିତି ଅଧ୍ୟକ୍ଷ କଣ୍ଠମାଝି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଡାକ୍ତର ଲାଲ ମୋହନ ରାଉତରାୟ ଙ୍କର ଉପସ୍ଥିତ ରେ ଶୁଣାଣି ହେଇଯାଇଥିଲା।

କାର୍ଯ୍ୟକ୍ରମ ରେ ମୋଟ ୧୦୨ ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୯୧ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଶ୍ରୀମତୀ ପଟାୱାରୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l

ଏହି ପରିପେକ୍ଷୀ ରେ ତଳଦିନ ରେ ବ୍ଲକ ଅନ୍ତର୍ଗତ ଏକାଧିକ ଗ୍ରାମପଞ୍ଚାୟତ ରେ ଏମ.ଜି.ଏନ.ଆର.ଜି.ଏ ଦୁର୍ନୀତି କୁ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ ସାମ୍ବାଦିକ ଅଞ୍ଜନ ନାଏକ, ଗୋଲକ ବିହାରୀ ସାମନ୍ତରାୟ ଓ ସତ୍ୟନାରାୟଣ ସାହୁ ପ୍ରାୟ ଦୁଇ(୨) କୋଟି ରୁ ଉର୍ଦ୍ବ ଟଙ୍କା ମନରେଗା ଜଯୋଜନା ଦୁର୍ନୀତିର ନଥିପତ୍ର ପ୍ରମାଣ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ଘଟଣାରେ କାଶୀପୁର ବ୍ଲକ କାର୍ଯ୍ୟାଳୟରେ ତଳ ସ୍ତରରୁ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଅପହରାହ୍ନ ୧:୩୦ ପରେ ମିଳିଥିବା ଅଭିଯୋଗ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇ ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମପଞ୍ଚାୟତ ରେ ଅନ୍ୟ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଜିଲ୍ଲାପାଳ ବାହାରିଥିଲେ ।