କେସିଙ୍ଗା:  ( ପ୍ରୀତେଶ ପଟେଲ)ଗତ କିଛି ଦିନହେଲା କେସିଙ୍ଗାରେଞ୍ଜ ର ଝାରପଡା ,ତିଙ୍ଗାଲିମୁଣ୍ଡା ,ମହଙ୍ଗାଁ , ଗଙ୍କାପଡା ରେ କ୍ଷୟକ୍ଷତି ଘଟାଇଛନ୍ତି ଜଂଗଲୀ ହାତୀପଲ । ଏକ ହାତୀ ପଲ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ହାତୀ ପଲ।ଗାଁ ର ଚାଷ ଜମି ରେ ପସି ଧାନ ଓ କପା ଫସଳ ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।ଭୟଭୀତ ଅବସ୍ଥାରେ ଗ୍ରାମ ବାସି ଚିନ୍ତାରେ ରହିଛି ଚାଷୀ ।

ଋଣ କରି ଏକର ଏକର ଜାଗା ରେ ଚାଷ କରିଥିଲେ ଏବେ ହାତୀ ନଷ୍ଟ କରି ଦେଇଛି,କେମିତି ନିଜ ଫସଲ ବଞ୍ଚାଇବେ ଓ କେମିତି ଋଣ ସୁଝିବେ ସେ ନେଇ ଚାଷୀ ଚିନ୍ତାରେ ପଡ଼ିଛି।ହାତୀ ପଲ କୁ ଘୋଡାଇବାକୁ ବନ ବିଭାଗ କର୍ମଚାରୀ ଙ୍କୁ ଅନୁରୋଧ କରିବା ସହିତ ହୋଇଥିବା କ୍ଷୟ କ୍ଷତି ର ଭରଣା ଦେବା ପାଇଁ ସରକାରଙ୍କୁ ଗୁହାରି କରିଚନ୍ତି ଚାଷୀ ।ଏହା କହି ରଖିବା ଉଚିତ୍ ହେବ ହେ ଗତ କିଛି ମାସ ତଳେ ହାତୀ ଘୋଡାଇବାକୁ ଯାଇଥିବା ଏକ ରେଞ୍ଜର ଙ୍କୁ ହାତୀ ଦଳି ମାରିଦେଇଥିଲା।

କେବେ ଏହି ହାତୀ ପଲ କୁ ବନ ବିଭାଗ ଘୋଡ଼ା ଇବାରେ ସଫଳ ହେବ ତାହା ଦେଖିବାକୁ ବାକି ଥିବା ବେଳେ ସରକାରୀ ସାହାର୍ଯ୍ୟ କୁ ଅନେଇ ବସିଛି ଚାଷୀ ।ଯଦି ସାହାର୍ଯ୍ୟ ନ ମିଳେ ତାହେଲେ ଋଣ ଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଛନ୍ତି ଜଣେ ଚାଷୀ ।