କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପରିପେକ୍ଷୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁଳରଞ୍ଜନ ସୁନା ରିବନ ଫିତା କାଟି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କେରିଥିଲେ। ଶୁଭାରମ୍ଭ ରେ ପ୍ରଥମେ ପ୍ରଦ୍ବୀପ ପ୍ରଜ୍ୱଳନ କରି ଶ୍ରୀ ଗଣେଶଙ୍କ ଫଟଚିତ୍ରରେ ପୂଜାର୍ଚନା କରି ମୂଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ର ୧୮ଟି କ୍ଳଷ୍ଟର ରୁ ୧୪୦ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟକ କ୍ଳଷ୍ଟର ରୁ ଦୁଇ ଦୁଇ ଜଣ ଶିକ୍ଷଜ ଯୋଗ ଦେଇଥିଲେ।
କୃତିତ୍ୱ ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ ସଭାରେ ମଞ୍ଚଆସୀନ ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚମ୍ପା ମାଝୀ,ଏବିଇଓ କୁଳରଞ୍ଜନ ସୁନା,ଅବସର ପ୍ରାପ୍ତ ଶିକ୍ଷକ ନବକୁମାର ନାୟକ ଓ ଶଙ୍କର ମିଶ୍ର ଉପସ୍ଥିତ ଥିଲେ। ପ୍ରତିଯୋଗିତା ରେ ଛାତ୍ରଛାତ୍ରୀଙ୍କୁ ସବ-ଜୁନିଅର ଓ ଜୁନିଅର ଦଳ ଭାବେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ଓ ଟ୍ରଫି ସହ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରାଯାଇଥିଲା ।

କାର୍ଯ୍ୟକ୍ରମ କୁ କାଶୀପୁର ସିଆରସିସି ଅରୁଣ କୁମାର ନାଏକ ପରିଚାଳନାର ଦାୟିତ୍ୱ ତୁଳାଇ ଥିଲେ,ଏବିଇଓ ବିଦ୍ୟାଧର ମାଝୀ ଓ ରଶ୍ମିରଂଜନ ଲେଙ୍କା ସହଯୋଗ କରିଥିବାବେଳେ ଚନ୍ଦ୍ରଗିରି ସିଆରସିସି ହେମନ୍ତ କୁମାର ମହାରଣା କାର୍ଯ୍ୟକ୍ରମକୁ ସଙ୍ଗ କରି ଧନ୍ୟବାଦ ପ୍ରଦାନ କରିଥିଲେ।